Odisha News

କିଛିଦିନର ବ୍ୟବଧାନ ପରେ ଫେରିଲା ତାତି, ୪୫.୯ ଡିଗ୍ରୀରେ ଜଳିଲା ବୌଦ୍ଧ

ଭୁବନେଶ୍ବର,୨୮/୫: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ତାତି ଫେରିଛି। ଦେଶର ପଶ୍ଚିମ ଓ ଉତ୍ତରରେ ଥିବା ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇଛି।
ବୌଦ୍ଧରେ ତାପମାତ୍ରା ୪୫.୯ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୪୫.୩ ଓ ଟିଟିଲାଗଡ଼ରେ ୪୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜସ୍ଥାନରେ ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଗଂଗାସାଗରରେ ୪୯.୪, ପିଲାନି ଓ ଫଲୋଡିରେ ୪୯, ବିକାନେରରେ ୪୮.୩, କୋଟାରେ ୪୮.୨ ଓ ଜୟସଲମେରରେ ୪୮ ଡିଗ୍ରି ପାରଦା ଛୁଇଁଛି। ଏହା ପୂର୍ବରୁ ଚୁରୁରେ ସର୍ବାଧିକ ତାପମାତ୍ରା ୫୦.୮ ଡିଗ୍ରି ପାରା ଛୁଇଁଥିଲା। ଏହା ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୧୯ ଜୁନ୍ ୧ ତାରିଖରେ ଅନୁଭୂତ ହୋଇଥିଲା।

Related Posts

Seo wordpress plugin by www.seowizard.org.