Odisha News

କାଳିଆ ଦର୍ଶନ ହେଲା ଶେଷ ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ୨ ଝିଅ ଗୁରୁତର

ବୌଦ୍ଧ ୧୪/୪: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ଛତିଶଗଡ ରାଇପୁରରୁ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟିହେଲା କାର ।
ଘଟଣାସ୍ଥଳରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି । ମୃତକ ହେଲେ ରାୟପୁର ର ଦୀପକ ଭାଡେର ।
ଖବର ଅନୁଯାୟୀ, ଛତିଶଗଡ଼ ରାଇପୁର ନିବାସୀ ଦୀପକ ଭାଡେର ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ରାୟପୁରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ ।
ପୁରୀ ଯାଉଥିବା ସମୟରେ ସେମାନେ ଯାଉଥିବା କାରଟି ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଥିଲା ।
ଏହା ପରେ ରାସ୍ତା କଡ଼ରେ ଥିବା ଏକ ବଡ ଗଛରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୀପକ ଭାଡେରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ଦୁଇ ଝିଅ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଗୁରୁତର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.