Odisha News

କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ମୃତ୍ୟୁ

କାବୁଲ, ୩/୧୦: ଶୁକ୍ରବାର(ସେପ୍ଟେମ୍ବର ୩୦) କାବୁଲ ଏକ ସ୍କୁଲ୍ରେ ଘଟିଥିବା ଆତ୍ମଘାତି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଜାରି କରିଛି ଜାତିସଂଘ। ଏହି ବିସ୍ଫୋରଣରେ ୪୬ ଛାତ୍ରୀଙ୍କ ସହିତ ମୋଟ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ଜାତି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ପ୍ରବକ୍ତା ଖାଲିଦ ଜଦ୍ରାନ କହିଥିଲେ “ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରାଣଘାତି ବିସ୍ଫୋରଣକାରୀ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ଦୁର୍ଭାଗ୍ୟବଶତଃ ଏଥିରେ ୧୯ ଜଣ ସହିଦ ହୋଇଛନ୍ତି ୨୭ ଆହତ ହୋଇଛନ୍ତି।”
ତାଲିବାନ ନିଯୁକ୍ତ ପ୍ରବକ୍ତାଙ୍କ ସୂଚନା ଅନୁସାରେ, କାବୁଲର ଶିତ୍ତେ ଏରିଆରେ ଥିବା କାଜ୍ ନାମକ ଏକ ଶିକ୍ଷାନୁଷ୍ଠାନର ଏହି ବିସ୍ଫୋରଣ ହୋଇଛି। ଦୁର୍ଭାଗ୍ୟବଶତଃ ଏଥିରେ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ତାଲିବାନ ପ୍ରବକ୍ତା ଅବଦୁଲ ନାଫି ଟାକୋର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆକ୍ରମଣର କାରଣ ଓ ମୃତ୍ୟୁ ସଂଖ୍ୟା କିଛି ସମୟ ପରେ ସୂଚନା ଦିଆଯି ବୋଲି ନାଫି କହିଥିଲେ।

Related Posts

Seo wordpress plugin by www.seowizard.org.