Odisha News

କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷିତ ଭାବେ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

କଟକ ୧୮/୯: ଖାନନଗର ପାଖ କାଠଯୋଡି ପୋଲରୁ ନଦୀକୁ ଡେଇଁଲେ ମହିଳା। ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ନଦୀକୁ ଡେଇଁଥିବା ମହିଳାଙ୍କ ପରିଚୟ ମିଳିନାହିଁ।
ସେ କଟକ ଶଙ୍କରପୁରର ବୋଲି ବୋଲି ଜଣା ପଡିଛି। ସମ୍ପୃକ୍ତା ମହିଳା ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ଏନେଇ ଘଟଣା ସ୍ଥଳରେ ସାଧାରଣ ଲୋକଙ୍କ ଭିଡ଼ ଜମିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିଥିବା ଜଣାପଡଡ଼ିଛି ।

Related Posts

Seo wordpress plugin by www.seowizard.org.