Odisha News

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ସମସ୍ତ ରୋଗୀ ଏବଂ ଶିଶୁ ସୁରକ୍ଷିତ ଉଦ୍ଧାର

ଭବାନୀପାଟଣା, ୨୩/୪ : ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁରେ ଡାକ୍ତରଖାନାର ଆସବାବପତ୍ର ସବୁ ପୋଡ଼ି ନଷ୍ଟ ହୋଇ ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି।
ଗତକାଲି ବିଳମ୍ବିତ ରାତିରେ ଗଉଐ କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା ଧୁଆଁ ଦେଖି ରୋଗୀ ଚିତ୍କାର କରିଥିଲେ। ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଭବାନୀପାଟଣା ଟାଉନ ଥାନା ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଡାକ୍ତରଖାନାରେ ନିଆଁ ଲାଗିବାପରେ ଧୂଆଁ ପ୍ରବଳ ହୋଇଥିଲା। ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ମା’ ଓ ନବଜାତ ଶିଶୁକୁ ଷ୍ଟେଚରରେ ତଳକୁ ଅଣାଯାଇଥିଲା।।
ଡାକ୍ତରଖାନାର ଇଊଗଙ ରଞ୍ଜନ ମିତ୍ର କହିଛନ୍ତି, ରାତି ପ୍ରାୟ ୧୨ ଟା ସମୟରେ ସର୍ଟସର୍କିଟ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି।

Related Posts

Seo wordpress plugin by www.seowizard.org.