Odisha News

କଲରା ପତରିଆ ବାଘ ଛାଲ ଜବତ, ୩ ଗିରଫ

ମାଲକାନଗିରି,୧୯/୧: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବନ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ଏହି ବାଘ ଛାଲ ମୋଟୁ ରେଂଜ ଅନ୍ତର୍ଗତ ପୋଟେରୁ କେନାଲ ରାସ୍ତାରୁ ଜବତ ହୋଇଥିବା ସୂଚନା ରହିଛି। ବନ କର୍ମଚାରୀମାନେ ବାଘ ଛାଲ ଜବତ କରିବା ସହ ଗୋଟିଏ ମୋଟର ସାଇକେଲ୍ ବି ଜବତ କରିଛନ୍ତି।
ଏଥିସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମୁକେଶ ମାଡକାମି, ପେଣ୍ଠା ମାଡକାମି ଓ ଦୁଲା ମାଡକାମି। ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଡ ଫରୱାର୍ଡ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ମୋଟୁ ଥାନାର ମାଂଗିପାଲି ଗାଁର।
ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ମେଟୁ ରେଂଜର ବନ କର୍ମଚାରୀ। ଜବତ ହୋଇଥିବା ବାଘ ଛାଲର ଲମ୍ବ ପ୍ରାୟ ୧.୧୩ ମିଟର୍। ବନ ଖଣ୍ଡ ଅଧିକାରୀ ପ୍ରତାପ କୋଟପାଲ୍ଲୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିଲା। ଏବେ ଏ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Related Posts

Seo wordpress plugin by www.seowizard.org.