Odisha News

କର୍ଣ୍ଣଫ୍ଲୋର ଭାବି ପକୁଡିରେ ମିଶାଇଦେଲେ କୀଟନାଶକ, ବାପା-ମା’ଙ୍କ ସହ ପୁଅ ଗୁରୁତର

କେନ୍ଦ୍ରାପଡ଼ା,୨୬/୫ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହକ୍ଷ ଗାଁରେ ବିଷାକ୍ତ ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଉଛନ୍ତି ଭାସ୍କର ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ପୁଅ ରାଜକିଶୋର ସାହୁ।
ସାବିତ୍ରୀ ପକୁଡ଼ି ଛାଣିବା ବେଳେ କର୍ଣ୍ଣଫ୍ଲୋର ଭାବି ବେସନରେ କୀଟନାଶକ ମିଶାଇ ଦେଇଥିଲେ। ସେହି ପକୁଡ଼ି ଖାଇବା ପରେ ସେ, ତାଙ୍କ ସ୍ୱାମୀ ଓ ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ପଡ଼ୋଶୀମାନେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।

Related Posts

Seo wordpress plugin by www.seowizard.org.