Odisha News

କରୋନା ମହାମାରୀ ସତ୍ତ୍ୱେ ଦେଶର ମୁଦ୍ରାସ୍ପୀତି ୬.୨ ପ୍ରତିଶତରେ ରୋକାଯାଇ ପାରିଛି : ନିର୍ମଳା ସୀତାରମଣ

ଭୁବନେଶ୍ୱର,୧୨/୨(ସ୍ୱାଗତିକା ଭୂତିଆ):  ଶୁକ୍ରବାର ଦିନ ରାଜ୍ୟସଭାରେ ୨୦୨୨-୨୩ ଅର୍ଥିକବର୍ଷ ପାଇଁ ବଜେଟ ସମ୍ପର୍କିତ ତଥ୍ୟ ରଖିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସୀତାରମଣ କହିଛନ୍ତି, ଅର୍ଥନୀତିରେ ସ୍ଥିରତା ଆସିଛି ଏବଂ ଆଶାନୁରୂପକ କର ସରକାରଙ୍କ ଖାତାକୁ ଆସିଛି ।
କରୋନା ମହାମାରୀ ସମୟରେ ୯.୭ ଲକ୍ଷ କୋଟି ଟଙ୍କା ସଂକୋଚନ ସତ୍ତ୍ୱେ ଖୁଚୁରା ମୁଦ୍ରାସ୍ପିତିରେ ସୁଧାର ହୋଇଛି । କରୋନା ମହାମାରୀ ଭଳଶ ସଂଙ୍କଟ ସମୟରେ ଦେଶର ମୁଦ୍ରାସ୍ପିତି ୬.୨ ପ୍ରତିଶତ ରହିଛି ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀ ସମୟରେ ଭୁଷୁଡି ପଡିଥିବା ଅର୍ଥନୀତିରେ ସୁଧାର ଆସିଛି ।
ଯୁପିଏ ସରକାରକୁ ସମାଲୋଚନା କରି ସୀତାରରମଣ କହିଛନ୍ତି ଯେ ୨୦୦୮-୦୯ ମସିହାରେ ଦେଖାଦେଇଥିବା ଅର୍ଥନୀତି ସଙ୍କଟ ସମୟରେ ଖୁଚୁରା ମୁଦ୍ରାସ୍ପିତି ୯.୧ ପ୍ରତିଶତ ରହିଥିଲା । ହେଲେ କରୋନା ମହାମାରୀରେ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା, ତଥାପି ସେଭଳି ଘଡିସନ୍ଧିମୁହୂର୍ତ୍ତରୁ ବାହାରି ପାରିଛୁ ଏବଂ ମୁଦ୍ରାସ୍ପିତି ୬.୨ପ୍ରତିଶତ ରଖିବାରେ ସକ୍ଷମ ହୋଇଛୁ ।
ସୀତାରମଣ ଆହୁରି କହିଛନ୍ତି ଯେ ଯେତେବେଳେ ୨୦୦୮-୦୯ ମସିହାରେ ଅର୍ଥନୀତି ସଙ୍କଟ ଦେଖାଦେଇଥିଲା ସେତେବେଳେ ୨.୧୨ ଲକ୍ଷ କୋଟ ିଟଙ୍କାର ଅର୍ଥନୀତି କ୍ଷତି ହୋଇଥିଲା । ବର୍ତ୍ତମାନ କରୋନା ମହାମାରୀ ସମୟରେ ବିଶ୍ୱର ଅର୍ଥନୀତି ମେରୁଦଣ୍ଡ ଭାଙ୍ଗି ଦେଇଥିଲା ବେଳେ ଭାରତ ଅର୍ଥନୀତିରେ ମଧ୍ୟ ଗୁରୁତର ପ୍ରଭାବ ପଡିଛି । ଭାରତର ଅର୍ଥନୀତି ୯.୫୭ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ସମୟରେ ରାଜସ୍ପ ଆସିବାର ରାସ୍ତା ବନ୍ଦ ହୋଇଯାଇଥିଲା । ତଥାପି ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରୀ ଅର୍ଥ ପାଣ୍ଠିର ୁଖର୍ଚ୍ଚକରି ଅର୍ଥନୀତିରେ ସୁଧାର ଆଣି ବାକୁ ଚେଷ୍ଟା କରିଛନ୍ତି ସରକାର ।
ଦେଶରେ ରୋଜଗାର ସୃଷ୍ଟି କରିବାକୁ କେନ୍ଦ୍ର ସରକାର କେବଳ ୧୪ଟି ସେକ୍ଟରେ ୭.୫ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ଏହା କେବଳ ୬୦ଲକ୍ଷ ନିଯୁକ୍ତିରେ ସିମିତ ରହିବନି ଆହୁରି ବଢ଼ିପାରେ । ସରକାର ବିଭିନ୍ନ ଦିଗ ପ୍ରତିଗୁରୁତ୍ୱ ଦେଉଛନ୍ତି । ମନରେଗା ଯୋଜାନା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ସେଥିରେ ୭୩କୋଟ ଟଙ୍କା ନିବେଶ କରିଛନ୍ତି । ପରବର୍ତ୍ତି ସମୟରେ ଯଦି ଅଧିକ ଆବଶ୍ୟକ ପଡିବ ସରକାର ଯୋଗଇ ଦେବେ କହିଛନ୍ତି ସୀତାରମଣ ।

Related Posts

Seo wordpress plugin by www.seowizard.org.