Odisha News

କରୋନା ଭାଇରସର ନୂଆ ସବ୍ଭାରିଏଣ୍ଟ ବିଏଫ.୭କୁ ନେଇ ଆଲର୍ଟ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

ନୂଆଦିଲ୍ଲୀ, ୧୯/୧୦: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବା ପରେ ଦେଶବାସୀ ଖୁସି ହୋଇ ଯାଇଥିବା ବେଳେ କରୋନାର ପୁଣି ଏକ ନୂଆ ଭାରିଏଣ୍ଟ୍କୁ ନେଇ ଏବେ ଚିନ୍ତା ଉପୁଜିଛି।
କରୋନା ଭାଇରସର ନୂଆ ସବ୍ଭାରିଏଣ୍ଟ ବିଏଫ.୭କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଲର୍ଟ ଜାରି କରିଛନ୍ତି। ଦେଶରେ ଓମିକ୍ରନର ଏହି ସବ୍ଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଉଚ୍ଚସ୍ତରୀୟ ବୈଠକ କରିଥିଲେ।
ଧୀରେ ଧୀରେ କରୋନା ପୁଣି ଥରେ ତା’ର କରାଳ ରୂପ ଦେଖାଇବା ପୂର୍ବରୁ ମହାରାଷ୍ଟ୍ର, କେରଳ ଆଦି ରାଜ୍ୟରେ ଆଡ୍ଭାଇଜରି ଜାରି ହୋଇସାରିଛି। ଶୁଣିବାକୁ ମିଳୁଛି ଯେ ଆଗାମୀ ୩-୪ ସପ୍ତାହ ମଧ୍ୟରେ କରୋନାର ନୂଆ ଭାରିଆଣ୍ଟ୍ ଆସିପାରେ।
ସେହିପରି ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଦିଲ୍ଲୀରେ ଗତ ୧୬ ତାରିଖରେ ୧.୫୯ ପଜିଟିଭ୍ ରେଟ୍ ସହିତ ନୂଆ ୧୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୧୭ ତାରିଖରେ ୧୩୫ଟି ମାମଲା ଚିହ୍ନଟ ହୋଇଥିଲା। ଏବେ ଦିଲ୍ଲୀରେ ୪୨୯ କରୋନା ମାମଲା ସକ୍ରିୟ ରହିଛି।
କୋଭିଡ-୧୯ ଓମିକ୍ରନ୍ ଭାରିଆଣ୍ଟ୍ର ନୂଆ ସବ୍ ଭାରିଆଣ୍ଟ୍ ଭାରତରେ ଚିହ୍ନଟ ହୋଇସାରିଛି। ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ ଆସିବାକୁ ଥିବା ନୂଆ ଭାରିଆଣ୍ଟ୍ ଅନ୍ୟ ସବୁ ଭାରିଆଣ୍ଟ୍ଠାରୁ ଅଧିକ ଶୀଘ୍ର ବ୍ୟାପିବ।
ଅବଶ୍ୟ ଏହି ଭାରିଆଣ୍ଟ୍ ଏବେ ବି ରହିଛି। ମାତ୍ର ଏହାର ମାତ୍ରା ବଢ଼ିଯିବ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି। ତେବେ କୁହାଯାଉଛି ଯେ ଚୀନରେ ଏବେ କରୋନା ମାମଲା ବୃଦ୍ଧି ପାଉଛି। ଚୀନରେ କରୋନା ବୃଦ୍ଧି ପାଇବାର କାରଣ ବି ଏହି ଭାରିଆଣ୍ଟ୍।

Related Posts

Seo wordpress plugin by www.seowizard.org.