Odisha News

କନ୍ଧମାଳ : ସିଆରପିଏଫ ର ୮୩ ତମ ଜନ୍ମ ଦିବସ ପାଳନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ହେଡକ୍ୱାର୍ଟର ପରିସରରେ ସିଆରପିଏଫ ର ୮୩ ତମ ଜନ୍ମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି ।
ଏହି ଉତ୍ସବରେ କମାଡେଣ୍ଟ ଶ୍ରୀ ଆନନ୍ଦ ଝା ଉପସ୍ଥିତ ରହି ଶହୀଦ ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ।
ସମସ୍ତ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା ଜଣାଇ ବିଶ୍ୱସ୍ତତା ଏବଂ ଆନ୍ତରିକତା ସହିତ ଜବାନ ମାନେ ନିଜ ନିଜ ର କର୍ତ୍ତବ୍ୟ ସମ୍ପାଦନ କରିଥିବା ବଳ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜାରୀ ରଖିବା ପାଇଁ ନିଜ ବକ୍ତବ୍ୟ ରେ କହିଥିଲେ ।
ଏହି ଉପଲକ୍ଷେ ୟୁନିଟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହା ଫୋର୍ସର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆରମ୍ଭ ହୋଇଥିଲା ।
ଅତି – ଉତ୍କଷ୍ଠ ସେବା ପଦକ ଏବଂ ଉତ୍କଷ୍ଠ ସେବା ପଦକ ପ୍ରଦାନ କରାଯାଇ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଅପରାହ୍ନରେ ଦୁଇଟି କମ୍ପାନୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ୟୁନିଟ୍ ଅଧିକାରୀ, ଏବଂ ଜବାନ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.