Odisha News

କନ୍ଧମାଳ ର ପ୍ରସିଦ୍ଧ ନାରାୟଣୀ ଯାତ୍ରା: ସନ୍ଧ୍ୟା ଆଳତିରେ ହଜାର ହଜାର ଭକ୍ତଙ୍କ ସମାଗମ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୩/୫: ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆଜି ଏଗାର ଦିନରେ ପହଂଚି ଯାଇଛି ଏହି ଅବସରରେ ସଂନ୍ଧ୍ୟାରେ ମା ନାରାୟଣୀଙ୍କ ଆଳତି ବାହିନି ଦ୍ୱାରା ଅନୁଷ୍ଠିତ ହୋଇଥିଲା ।
ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଜିଲା ଓ ଜିଲା ବାହାରର ବହୁ ସଂଖ୍ୟା ରେ ଭକ୍ତ ଓ ଦର୍ଶକ ସାମିଲ୍ ହୋଇ ମାଆଙ୍କ ଆଶିଷ ଗ୍ରହଣ କରିଥିଲେ। ଆଳତି ପରେ ପରେ ଯାତ୍ରା ମଣ୍ଡପରେ ନାରାୟଣୀ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ସଂଖ୍ୟା ରେ ଦର୍ଶକ ଉପସ୍ଥିତ ହୋଇ କଣ୍ଠଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଆଳତି ଓ ଭଜନ କାର୍ଯ୍ୟକ୍ରମରେ ଯାତ୍ରା ପଡ଼ିଆରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବା ପାଇଁ ଉପସ୍ଥିତ ହଜାର ହଜାର ଜନତାଙ୍କୁ ପରାମର୍ଶ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ୟବସାୟୀ ପ୍ରଶାନ୍ତ କୁମାର ସେନାପତି, ଫ୍ୟାନସି ବଜାର କମିଟିର କର୍ମକର୍ତ୍ତା କିଶୋର କୁମାର ଚୌଧୁରୀ ଓ ତ୍ରିଲୋଚନ ଦାସ ଏବଂ ସୁପର ବଜାରର କର୍ମକର୍ତ୍ତା ଦିଲିପ ପୃଷ୍ଟି ଓ ଅଜୟାନନ୍ଦ ସେଠୀ ଏବଂ ଡ଼େଲି ବଜାରର କର୍ମକର୍ତ୍ତା ସୁବାଷ ଚନ୍ଦ୍ର ମାଲୁ ଓ ବାବୁଲା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଯାତ୍ରା କମିଟି ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ଅତିଥିମାନଙ୍କ ମଧ୍ୟରେ ଥିଲେ ଯାତ୍ରା ପଞ୍ଚଦେବୀ ପଞ୍ଚଠାକୁରାଣୀଙ୍କର ସମସ୍ତ ଘଟ ସେବା ଉପାସିକା ଏବଂ ମା କାଳୀ ଦେବୀଙ୍କର ଘଟ ସେବକ ଓ ଦେଶ ବେହେରା ଓ ପ୍ରଚାର ଦାୟିତ୍ୱରେ ଥିବା ଜିତେନ୍ଦ୍ର କୁମାର ସାହୁ।
ଏହି ସମସ୍ତ ଅତିଥିଭାବେ ଯୋଗଦେଇଥିବା ବେଳେ ସେମାନଙ୍କୁ ମଧ୍ୟ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା। କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମଟିର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ସଂଯୋଜନା କରିଥିବା ବେଳେ ଉପସଭାପତି ସୁଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବଳ ଗହଳିଯୋଗୁଁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ଓ ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Related Posts

Seo wordpress plugin by www.seowizard.org.