Odisha News

କନ୍ଧମାଳ : ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ,ପୋଲିସର ତଦନ୍ତ ଆରମ୍ଭ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧/୪:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡ ନୂଆସାହି ର ସୁନାଦଡ଼ି ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଜଣେ ହେଲେ ନୟାଗଡ଼ ନିକଟସ୍ଥ ମାଙ୍କପାଲି ଶିମିଳିସାହିର ବିକ୍ରମ କୁମାର ମହାନ୍ତି, ପିତା ଜଗନାଥ ମହାନ୍ତି ବୋଲି ଜଣାପଡ଼ିଛି ।
ସୁନାଦଡ଼ି ସାହି ର ଲୋକ କହିବା ଅନୁସାରେ ରାଇକିଆର ଗୋଟିଏ ମହିଳାଙ୍କୁ ବିବାହ କରିଥିଲେ । ସେହି ମହିଳା ଙ୍କ ନାମ ରାଜକୁମାରୀ ପ୍ରଧାନ ବୋଲି ଲୋକେ କହିଛନ୍ତି । ରାଜ କୁମାରୀ ପ୍ରଧାନ ସୁନାଦଡ଼ି ସାହିରେ ଘର କରି ରହୁଥିଲେ ।
ବର୍ତ୍ତମାନ ଗୋଟିଏ ବର୍ଷ ହେବ ରାଜକୁମାରୀ ସେହି ଘରେ ରହୁ ନାହାନ୍ତି । ଗତକାଲି ଗୁରୁବାର ରାତିରେ ବିକ୍ରମ ଆସି ଉକ୍ତ ଘରେ ପହଂଚିଥିଲେ ।
ଦିନ ବେଳେ ବିକ୍ରମ ପିଣ୍ଡା ରେ ପଟି ପକାଇ ଶୋଇଛନ୍ତି ହେଲେ ଆଉ ଉଠି ନାହାନ୍ତି ବୋଲି ସାହିର ଲୋକ ପୁଲିସ କୁ ଜଣାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୁଲିସ ଏସଆଇ କୁଳମଣି ରାଉତ ଏବଂ ପୁଲିସ କର୍ମଚାରୀ ପହଞ୍ଚି ମୁତ୍ୟୁ ଶରୀର କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Related Posts

Seo wordpress plugin by www.seowizard.org.