Odisha News

କନ୍ଧମାଳ: ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଗ୍ରାମବାସୀଙ୍କ ଦାବି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୭/୯: କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ପୁଲସରୁ ଠାରେ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୯୬ ମସିହାରେ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ପରେ ୨୦୦୦ ମସିହାରେ ସରକାରଙ୍କ ଡିପିଇପି ଯୋଜନାରେ ଏହି ବିଦ୍ୟାଳୟକୁ ସ୍ବୀକୃତି ଦିଆଯାଇ ଇଜିଏସ ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା ।
କିନ୍ତୁ କିଛି ବର୍ଷ ପରେ ଗ୍ରାମବାସୀଙ୍କ ଅଜାଣତରେ ଏହି ବିଦ୍ୟାଳୟ ଅନ୍ୟ ଗ୍ରାମକୁ ଉଠାଇ ନିଆ ଯାଇଥିଲା । ଫଳରେ ପୁଲସରୁ ସମେତ ମାକୁବେଲା, ବୁଡେଲପଦର, ବିଲାପାଙ୍ଗା, ମିଲପାକେତା ଭଳି ଗ୍ରାମର ପିଲାମାନଙ୍କୁ ବିଦ୍ୟାଳୟ ଯିବାରେ ସମସ୍ୟା ଦେଖା ଦେଇଥିଲା ।ଲୋକେ ଏ ନେଇ ଅଭିଯୋଗ କରିବା ପରେ ସରକାର ପୁଲସରୁଠାରେ ଏକ ବିଦ୍ୟାଳୟ ପାଇଁ ଅନୁମୋଦନ ଦେବା ସହ ସ୍କୁଲ ନିର୍ମାଣ କାର‌୍ୟ୍ୟ ମଧ୍ୟ ଆରମ୍ଭ ହୋଇଥିଲା ।
ତେବେ କୌଣସି କାରଣରୁ ଏହି କାର୍ଯ୍ୟ ଏବେ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେଣୁ ସ୍ଥଗିତ ରହିଥିବା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ । ଏ ନେଇ ଶତାଧିକ ପୁରୁଷ ଓ ମହିଳା ଫୁଲବାଣୀ ଯାଇ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Related Posts

Seo wordpress plugin by www.seowizard.org.