Odisha News

କନ୍ଧମାଳ : ବନବାସୀ ସେବା ସମିତିର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୫/୯:କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏବଂ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଜନ୍ମଦିନ ପାଳନ ନିମନ୍ତେ ଅନୁଷ୍ଠାନ ର ପୁରାତନ ଛାତ୍ର, ଛାତ୍ରୀ ଏବଂ ଗୁରୁଜୀ, ଗୁରୁମା ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବ ନଭେମ୍ବର ମାସ ୯,୧୦ ଓ ୧୧ ତାରିଖ ତିନିଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନା ରେ ୧୬୦ ରୁ ଉର୍ଦ୍ଧ ଅନୁଷ୍ଠାନର ପୂର୍ବତନ ତଥା ପୁରାତନ ଛାତ୍ରଛାତ୍ରୀ କନ୍ଧମାଳ, ରାୟଗଡା,କଳାହାଣ୍ଡି, ମୟୁରଭଞ୍ଜ ତଥା ନବରଙ୍ଗପୁର ଜିଲ୍ଲାରୁ ଯୋଗଦେଇଥିଲେ ।
ଏହାଛଡା ଅନୁଷ୍ଠାନର ଏକ ସ୍ଥାୟୀ ଛାତ୍ର ସଂସଦ ଗଠନ ନିମନ୍ତେ ପ୍ରସ୍ତାବ ରଖାଗଲା । ଏହା “ବିଶ୍ୱନାଥ (ଆଜ୍ଞା) ପୂର୍ବତନ ଛାତ୍ର ସଂସଦ” ନାମରେ ନାମିତ କରାଗଲା । ଏହା ବ୍ୟତୀତ ସଂସଦର ସଭାପତି ଭାବେ ତପନ କୁମାର ଦିଗାଲ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ରମେଶ ଶବର, ରାୟଗଡା ଜିଲ୍ଲା ରୁ ଉପସଭାପତି ଶ୍ରୀକାନ୍ତ ବିଶ୍ୱାଳ, କନ୍ଧମାଳ ଜିଲ୍ଲାରୁ ଉପସଭାପତି ଶ୍ରୀମତୀ ବନ୍ଦନା କହଁର ଙ୍କୁ ନିଯୁକ୍ତି କରାଯାଇଛି ।
ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର‌୍ୟ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ସଂସଦର ସଭାପତି ତପନ କୁମାର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲିଗୁଡାରେ ବ୍ଲକ ସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା
ବାଲିଗୁଡା,୧୫/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକ୍ ସ୍ତରୀୟ ଫେନସି ଡ୍ରେସ୍ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଭିନ୍ନ ଭିନ୍ନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅଭିନୟ ରେ ଭାଗ ନେଇ ପ୍ରତିଯୋଗୀ ମାନେ ନିଜ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ପିତବାସ ନାୟକ ଅଶ୍ୱିନୀ ମିଶ୍ର ଓ ମଦନ ମୋହନ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ନିର୍ବାଚିତ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରିଥିଲେ।
ଉକ୍ତ ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ବୈକୁଣ୍ଠ ନାଥ ସେନାପତି , ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସିଆରସିସି ମାନେ ଯୋଗ ଦେଇ ପ୍ରତିଯୋଗିତାକୁ ସଫଳତାର ସହିତ ଶେଷ କରିଥିଲେ।
ଏହି ପ୍ରତିଯୋଗିତାରେ ସ୍ଥାନୀୟ ଦଣ୍ଡପଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଦୁର୍ଗାଦତ୍ତ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବନବାସୀ ଉ.ପ୍ରା. ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ମାନବ ଦିଗାଲ ଦ୍ୱିତୀୟ ସ୍ଥାନ ଓ ବ୍ଲକ୍ କଲୋନୀ ଉ.ପ୍ରା. ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ର ଶୁଭମ ସ୍ରୀୟାଶୁ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗୀ ମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରସ୍କାର ପ୍ରଦାନ କରି ସେମାନଙ୍କ ମନବଳ ବୃଦ୍ଧି କରିଥିଲେ।

Related Posts

Seo wordpress plugin by www.seowizard.org.