Odisha News

କନ୍ଧମାଳ ପୁଲିସ ଜିଲ୍ଲାରେ ଏସଆଇ ଓ ଏଏସଆଇ ସ୍ତରରେ ବ୍ୟାପକ ଅଦଳ ବଦଳ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୧/୧: କନ୍ଧମାଳ ଜିଲ୍ଲାର ପୋଲିସ୍ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଅହି ବଦଳି ଆଦେଶ ବାହାରିଥିବା ଜଣାପଡିଛି ।
ମାନ୍ୟବର ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ପାଳନ କରି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଙ୍କ ନିର୍ଦେଶ ରେ ଏହି ବଦଳି କରାଯାଇଥିବା ଜଣାପଡିଛି । ୧୯ ଜଣ ଏସଆଇ ଓ ୧୨ ଜଣ ଏଏସଆଇ ଙ୍କ ବଦଳି ହୋଇଥିବା କନ୍ଧମାଳ ଏସପି ଅଫିସ ଚିଠି ନମ୍ବର ୨୧ /୨୪ ତା,୧୦- ୦୧-୨୪ ରେ ପ୍ରକାଶ ପାଇଛି ।
ଚିଠି ପ୍ରକାରେ ଏସଆଇ ତପନ କୁମାର ଦାସ ଫିରିଙ୍ଗିଆ ଥାନାରୁ ରାଇକିଆ , ବେଲଘର ଥାନାର ଭାରପ୍ରାପ୍ତ ଅଧିକାରୀ ଦୀପକ ରାଉତ ଙ୍କୁ ଫିରିଙ୍ଗିଆ , କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଚକାପାଦ ରୁ ସାରଙ୍ଗଡ, ପ୍ରମୋଦ କୁମାର ବେହେରାଙ୍କୁ କ.ନୂଆଗାଁରୁ ଫିରିଙ୍ଗିଆ,ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଙ୍କୁ କ.ନୂଆଗାଁ , କୃଷ୍ଣ ଚନ୍ଦ୍ର ଗୌଡ ଙ୍କୁ ସାରଙ୍ଗଡ ଥାନା ରୁ ଚାକାପାଦ , ସୋମ୍ୟ ରଂଜନ ପତି ଙ୍କୁ କ.ନୂଆଗାଁ ରୁ ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ , ରୂପକ ଦଳାଇ ଙ୍କୁ ଫୁଲବାଣୀ ଟାଉନ ଥାନା ରୁ ଗୋଛାପଡା ଥାନା , ମନୋରଂଜନ ଭୋଇଙ୍କୁ ଗୋଛାପଡା ଥାନା ରୁ ଟାଉନ ଥାନା, ଆଶୁତୋଷ ପାଇକରାୟ ଙ୍କୁ ବାଲିଗୁଡା ରୁ ରାଇକିଆ ଭାରପ୍ରାପ୍ତ ଥାନା ଅଧିକାରୀ , ରଣଜିତା ବେହେରା ଙ୍କୁ ଟାଉନ ଥାନା ରୁ ଘୁ.ଉଦୟଗିରି ଆଦର୍ଶ ଥାନା , ବିକାଶ କୁମାର ଜାଲିକୁ ଫିରିଙ୍ଗିଆ ରୁ ବାରଖମା ଫାଣ୍ଡି , ହରିଶଙ୍କର ମାଠିଆ ବାରଖମା ଫାଣ୍ଡି ରୁ ଖଜୁରୀପଡା , ଓମ୍ ନାରାୟଣ ପାତ୍ର ଙ୍କୁ ବାଲିଗୁଡା ରୁ ଜିଲ୍ଲା ମୁଖ୍ୟାଳୟ ,ଦୀନବନ୍ଧୁ ପ୍ରଧାନ ଙ୍କୁ ଖଜୁରୀପଡା ରୁ ଟିକାବାଲି , ସଞ୍ଜୟ କୁମାର ସ୍ଵାଇଁ ଙ୍କୁ ଟିକାବାଲି ରୁ ବାଲିଗୁଡା , କିଶୋର ଚନ୍ଦ୍ର ପ୍ରଧାନ ଙ୍କୁ ମୁଖ୍ୟାଳୟ ରୁ ବାଲିଗୁଡା , ରୀତାଞ୍ଜଳି ସାହୁ ଙ୍କୁ ମୁଖ୍ୟାଳୟ ରୁ ଟାଉନ ଥାନା , ଦାମୟନ୍ତୀ ବେହେରା ଙ୍କୁ ମୁଖ୍ୟାଳୟ ରୁ କ.ନୂଆଗାଁ ଥାନା କୁ ବଦଳୀ ହୋଇଛି ।
ସେହିପରି ଏଏସଆଇ ବିଦେଶୀ ପ୍ରଧାନଙ୍କୁ ବାଲିଗୁଡା ରୁ ପସରା ଫାଣ୍ଡି , ପ୍ରକାଶ କୁମାର ବିଷୋଇ ଙ୍କୁ ଖଜୁରିପଡା ରୁ ବାଲିଗୁଡା , ଯୁଗଳ କିଶୋର ନାୟକଙ୍କୁ ସଦର କୋର୍ଟ ରୁ କୋଟଗଡ କୋର୍ଟ, ବିଜୟ କୁମାର ନାୟକଙ୍କୁ କୋଟଗଡ କୋର୍ଟ ରୁ ସଦର କୋର୍ଟ, ନାରାୟଣ ପ୍ରଧାନଙ୍କୁ ବେଲଘର ରୁ ଘୁ . ଉଦୟଗିରି ଆଦର୍ଶ ଥାନା, ପ୍ରମୋଦ କୁମାର ଦୀପଙ୍କୁ ଲାଇନପଡା ଫାଣ୍ଡିରୁ ଖଜୁରୀପଡା ଥାନା , ବୀରେନ୍ଦ୍ର ପ୍ରଧାନ ଙ୍କୁ ରାଇକିଆ ରୁ ଟାଉନ ଥାନା, ବିଷ୍ଣୁ ଚରଣ କହଁର ଙ୍କୁ ପସରା ଫାଣ୍ଡି ରୁ ଲାଇନପଡା ଫାଣ୍ଡି , ଉଦ୍ଧବ କୁମାର ଜାନିଙ୍କୁ ଖଜୁରୀପଡା ରୁ ବାରଖମା ଫାଣ୍ଡି, ରାମକାନ୍ତ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଗୋଛାପଡା ଥାନା , ରାମକୃଷ୍ଣ ବେହେରା ଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଖଜୁରୀପଡା , ରବୀନ୍ଦ୍ର କୁମାର ସେଠୀ ଙ୍କୁ ଜିଲ୍ଲା ମୁଖ୍ୟାଳୟ ରୁ ଘୁ . ଉଦୟଗିରି ଆଦର୍ଶ ଥାନାକୁ ବଦଳୀ ହୋଇଥିବା ଜଣାପଡିଛି ।
ଜରୁରୀ କାଳୀନ ସୁବିଧାରୁ ବଞ୍ଚିତ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ରୋଗୀ ହନ୍ତସନ୍ତ , ତୁରନ୍ତ ପ୍ରତିକାର ପାଇଁ ଦାବୀ
ବାଲିଗୁଡା, ୧୧/୧: ସ୍ୱଚ୍ଛ ଭାରତ ମିସନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା। ଗାଁଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା। ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା। ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳ ଶୂନ। କାରଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅବସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ଶୌଚାଳୟ କି ପରିସ୍ରାଗାର।
ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ। କହିବାକୁ ଗଲେ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ନାହିଁ ନାହିଁରେ ଚାଲିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର। ଟୋପାଏ ପିଇବା ପାଣି ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି।
ଗୋଟିଏ ପରିସ୍ରାଗାର କି ଶୌଚାଳୟ ମଧ୍ୟ ନାହିଁ। କଳିଙ୍ଗା ଗ୍ରାମ ପଞ୍ଚାୟତରେ ପ୍ରାୟ ୨୦ଟି ୱାର୍ଡ ଅବସ୍ଥିତ। ଏହା ଘୁ.ଉଦୟଗିରି ବ୍ଲକର ସବୁଠାରୁ ବଡ଼ ପଞ୍ଚାୟତ ଅଟେ। ଏହି ପଞ୍ଚାୟତରେ ପ୍ରାୟ ୧୨,୦୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ନିକଟରେ ଛୋଟଛୋଟ ପିଲାଙ୍କର ହଷ୍ଟେଲ ଗୁଡ଼ିକ ଓ ବିଏଡି କଲେଜ, ସିଟି ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ଏକ ମାତ୍ର ଭରସା କଳିଙ୍ଗା ଡିଏଭି ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ )।
ହେଲେ ଅତି ଦୁଃଖର ବିଷୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ନିମନ୍ତେ ଏଠାରେ କୌଣସି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇ ନାହିଁ।
ଅତି ପୁରାତନ ଏକ ନଳକୂପ ଅଛି କିନ୍ତୁ ସେଥିରୁ ବ୍ୟବହାର ଅନୁପଯୋଗୀ କାଦୁଅ ପାଣି ବାହାରୁଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ବ୍ୟବହାର ନିମନ୍ତେ ନିହାତି ଆବଶ୍ୟକ ଏକ ଶୌଚାଳୟ ଟିଏ ମଧ୍ୟ ନାହିଁ। ଲୋକେ ମେଡିକାଲ ପରିସର ମଧ୍ୟରେ କାନ୍ଥରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଯାନବାହାନ ରଖିବା ନିମନ୍ତେ ପାର୍କିଂର କୌଣସି ସୁବିଧା ମଧ୍ୟ କରାଯାଇନାହିଁ।
ଏ ସମ୍ପର୍କରେ କଳିଙ୍ଗାବାସୀ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଏବଂ ଅଧିକାରୀମାନେ ଯଥାଶୀଘ୍ର କରିବା ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ଆଜକୁ ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି। ଏଣୁ ଯଥାଶୀଘ୍ର କଳିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ)ରେ ଥିବା ମୌଳିକ ସମସ୍ୟାର ଯଥାଶୀଘ୍ର ସମାଧାନ ନହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି
କହିଛନ୍ତି କ୍ଷ

କନ୍ଧମାଳ ରୁ ବରଗଡ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଲା : ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ
ବାଲିଗୁଡା ,୧୧/୧: କନ୍ଧମାଳ ରୁ ବରଗଡ କୁ ଏକ ଡଷ୍ଟର କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି ।
ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିକାରୀ ହରି ଶଙ୍କର ମାଠିଆ ସନ୍ଧ୍ୟା ୭ ଟା ସମୟ ରେ ବାରଖମା ଠାରୁ ପୁନୀନାଟ ରାସ୍ତା ରେ ପେଟ୍ରୋଲିଂ କରୁଥିବା ବେଳେ ପୁନୀନାଟ ଜଙ୍ଗଲ ନିକଟରେ ଏକ ଡଷ୍ଟର କାର ଓ ଡି ୦୨ ଏଲ ୯୧୯୧ ଟି ଆସୁଥିବା ବେଳେ ଅଟକାଇ ଚେକିଙ୍ଗ କରୁଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ଗାଡିରେ ବସିଥିବା ବରଗଡ ଜିଲ୍ଲାର ପାଇକମାଳ ଥାନା ଅନ୍ତର୍ଗତ ଭୁତମୁଣ୍ଡା ଗ୍ରାମର ଅକୃର ମାଝି କୁ ଗିରଫ କରିବା ସହ ଏ ନେଇ ବାଲିଗୁଡା ଥାନା ରେ କେଶ ନଂ.୧୫ /୨୪ ରେ ଏକ ମାମଲା ରୁଜୁ ହୋଇଛି । ଉକ୍ତ କାର ରୁ ଦୁଇଟି ବସ୍ତାରୁ ୭୮ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.