Odisha News

କନ୍ଧମାଳ : ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର ଆହତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୯/୭: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯତ୍ନୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି । ଇଞ୍ଜିନିୟର ଶ୍ରୀ ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାଶମଲ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରିଥିଲା ।
ଏହି ସମୟରେ ତାଙ୍କ ଅଫିସ କର୍ମଚାରୀ ମାନେ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି କରାଇ ଥିଲେ । ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ବିଡ଼ିଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ତେବେ ଦୁର୍ବୃତ୍ତ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ଓ ଯାହା ସୂଚନା ରହିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାର ନାଁ ନଥିବା ରୁ ସେ ଏହି ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି ।
ଗତ ଦୁଇଦିନ ପୂର୍ବରୁ ସେ ଯତ୍ନୀ ଲେଙ୍କାଙ୍କୁ ଧମକ ଦେଇଥିବା ବେଳେ ଆଜି ଆକ୍ରମଣ କରିଥିଲା ଓ ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବ୍ଲକ୍ କର୍ମଚାରୀ ମାନେ ଦାବୀ କରିଛନ୍ତି ।

Related Posts

Seo wordpress plugin by www.seowizard.org.