Odisha News

କନ୍ଧମାଳ : ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ନେତା ନିଲମ୍ବିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୮/୪:କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପ୍ରଦୀପ ମୁନି ଙ୍କୁ ଦଳ ରୁ ବହିଷ୍କାର କରାଯାଇଛି, କାରଣ ପୌର ନିର୍ବାଚନ ରେ ନିଜ ସ୍ତ୍ରୀ ପାଇଁ ଚେୟାରମ୍ୟାନ ଟିକଟ ଲବି ରେ ଥିଲେ ।
ତାଙ୍କୁ ଦଳ ଟିକେଟ ନ ମିଳିବାରୁ ଦଳ ଭିତରେ ଥାଇ ଅନ୍ୟ ଦଳ କୁ ଭୋଟ ଦେବା ପାଇଁ ଏକ ଷଡଯନ୍ତ୍ର କରିଥିଲେ, ଯାହାକି ସବୁ ସତ ଘଟଣା ଟି ଲୋକ ଲୋଚନ କୁ ଆସିଲା ପରେ ଶ୍ରୀ ମୁନି ଙ୍କୁ ଆଜି ମହଙ୍ଗା ପଡିଯାଇଛି ।
ଏହା ପରେ କେଉଁ କେଉଁ ମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ, ସେମାନଙ୍କୁ ମଧ୍ୟ ଦଳ ରୁ ବହିଷ୍କାର କରାଯିବା ନେଇ ରାଜ୍ୟ ଦଳୀୟ କାର୍ଯ୍ୟାଳୟ ରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।
ଫୁଲବାଣୀ ପୌର ନିର୍ବାଚନ ରେ ଶଙ୍ଖ ଚିହ୍ନ କୁ ହରାଇଥିବା ଆଉ କେଡ଼େ କେଡ଼େ ଦଳୀୟ ନେତା ମାନଙ୍କୁ ମଧ୍ୟ ଦଳରୁ ବହିଷ୍କାର କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Related Posts

Seo wordpress plugin by www.seowizard.org.