କଣ୍ଟଦେଇ କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୬/୬: ଶିକ୍ଷକତା ଛାଡି ସମାଜସେବା ପାଇଁ ରାଜନୀତି ରେ ପାଦ ଥାପିଥିବା ନବ ନିର୍ବାଚିତ ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି ।
ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତ ର ପାତ୍ରସାହିରେ ପାନୀୟ ଜଳର ଅସୁବିଧା ରହିଥିଲା ଲୋକେ ପାଣି ମୁନ୍ଦାକ ପାଇଁ ହୀନସ୍ତା ଭୋଗୁଥିଲେ ସେହିପରି ବିଲାବାଡ଼ି ମୁଣ୍ଡାସାହି ବାସିନ୍ଦା ଚୁଆପାଣି ଉପରେ ନିର୍ଭରଶୀଳ ଥିଲେ ଉକ୍ତ ଦୁଇଟି ସ୍ଥାନରେ ଦୁଇଟି ସୋଲାର ଚାଳିତ ପାଇପ ଜଳ ଗ୍ରାମ ପଂଚାୟତ ତରଫରୁ ବସାଇ ଲୋକଙ୍କ ଜଳ କଷ୍ଟ ଦୂରକରିଛନ୍ତି ।
କମ ଦିନ ମଧ୍ୟରେ ଲୋକଙ୍କ ସମସ୍ୟା ଦୂର କରିଥିବାରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି । ଏନେଇ ସରପଞ୍ଚ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ପଂଚାୟତ ବାସୀ ମୋତେ ସେବାକରିବା ପାଇଁ ସୁଯୋଗ ଦେଇଛନ୍ତି ଜନସେବା ମୋର କର୍ତ୍ତବ୍ୟ ।
ଅଞ୍ଚଳବାସୀ କର୍ମଠ କର୍ତ୍ତବ୍ୟନିଷ୍ଠ ହେବାପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି ଆଗାମୀ ଦିନରେ ବଣ୍ଡଗୁଡା ଗ୍ରାମପଂଚାୟତ କୁ ସର୍ବଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।
ଶିକ୍ଷକ ନେତା ରୁ ଲୋକଙ୍କ ନେତା ଓ ସେବକ ଭାବେ ଲୋକଙ୍କ ସେବାପାଇଁ ଦିନ ରାତି ଏକ କରୁଥିବା ରୁ ସଞ୍ଜୟ ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି ।