କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ରୋକିବ ଅପରାଧ: ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ୱର, ୨୪/୨: ଏବେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କାରଣ ଟୁଇନସିଟି କଟକ ଭୁବନେଶ୍ୱରରେ ଏବେ ଲାଗିବାକୁ ଯାଉଛି ଏଆଇ କ୍ୟାମେରା ।
ଏହାଦ୍ୱାରା ଅପରାଧୀ ଓ ନିୟମ ଖିଲାପକାରୀ ସହଜରେ ଚିହ୍ନଟ ହୋଇପାରିବେ । ଏହି ଅତ୍ୟାଧୁନିକ କ୍ୟାମେରା ଭୁବନେଶ୍ୱର ଓ କଟକରେ ଲଗାଯିବ ।
ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି । ଏନେଇ ପୋଲିସ କମିଶନର ସୁରେଶ ଦେବବତ୍ତ ସିଂ ସୂଚନା ଦେଇଛନ୍ତି
ଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ଧରିବ ଏହି ଉଚ୍ଚମାନର ଏଆଇ କ୍ୟାମେରା । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ଗୁରୁତ୍ୱ ଦେଇଛି ପୋଲିସ ।
ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରାଯିବ । ସେହିପରି ଟୁଇନସିଟିର ବିଭିନ୍ନ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଏବଂ ସିକ୍ୟୁରିଟି ଗାର୍ଡ ମୁତୟନ କରିବାକୁ ଗୁରୁତ୍ୱ ଦିଆଯାଇଛି