Odisha News

କଟକରେ ସିରିଜ ଦୁର୍ଘଟଣା; ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲେ ନିଶାସକ୍ତ ଡ୍ରାଇଭର

କଟକ,୮/୬: କଟକ ସହରରେ ସିରିଜ୍ ଦୁର୍ଘଟଣା ଘଟାଇଛି ଜଣେ ନିଶାସକ୍ତ କାର୍ ଡ୍ରାଇଭର। ବେପରୁଆ ଗାଡି ଚାଳନା ଯୋଗୁଁ ଏକାଧିକ ଗାଡିକୁ ଧକ୍କା ଦେଇଛି। କଟକ ସହରର ବାରବାଟୀ ଷ୍ଟାଡିୟମ, ଯୋବ୍ରା ଏବଂ ଚାଉଳିଆଗଞ୍ଜ ଆଦି ସ୍ଥାନରେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ଶେଷରେ ଲୋକଙ୍କ ହାବୁଡରେ ପଡିଛି।
ଲୋକମାନେ କାର୍କୁ ପିଛା କରି ରାଜେନ୍ଦ୍ର ନଗର ନିକଟରେ ଅଟକାଇବା ସହ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ। ଏଥିସହିତ ଉତ୍ତ୍ୟକ୍ତ ଲୋକମାନେ କାର୍କୁ ମଧ୍ୟ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ଖବର ପାଇ ମଧୁପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Related Posts

Seo wordpress plugin by www.seowizard.org.