Odisha News

କଟକରୁ ଜବତ ହୋଇଥିବା ନକଲି ଔଷଧ ମଣିଷ ବ୍ୟବହାର ଯୋଗ୍ୟ ନୁହେଁ: ଲ୍ୟାବ୍ ରିପୋର୍ଟ

କଟକ,୧୮/୭: କଟକରେ ଜବତ ହୋଇଥିବା ନକଲି ଉଚ୍ଚ ରକ୍ତଚାପ ଔଷଧ ମଣିଷ ବ୍ୟବହାର ଉପଯୋଗୀ ନୁହେଁ। ଏହା ସଂପୂର୍ଣ୍ଣ ଭାବେ ନକଲି। ଡ୍ରଗସ୍ ଟେଷ୍ଟିଂ ଏବଂ ରିସର୍ଚ୍ଚ ଲାବରେଟୋରିରୁ ଏହି ରିପୋର୍ଟ ଆସିଛି ।
ଗଲା ୬ ମାସ ହେବ କଟକର ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ନକଲି ଉଚ୍ଚ ରକ୍ତ ଚାପ ଔଷଧ ପଠାଇଥିବାରୁ ଏବେ ଉଚ୍ଚ ରକ୍ତଚାପ ରୋଗୀଙ୍କ ମାନସିକ ଚାପ ଅଧିକ ବଢ଼ିଯାଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, କଟକରେ ନକଲି ଟେଲମା-୪୦ ଓ ଟେଲମା ଏ.ଏସ୍ କାରବାର ମାମଲାରେ ପୁରୀଘାଟ ଥାନା ପୁଲିସ ବିହାର ଗୟା ଜିଲ୍ଲାରେ ଥିବା ବାଲାଜୀ ଡ୍ରଗସର ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଜଗତ କରିଛି। ବାଙ୍ଗାଲୁର ଶିବାଜୀ ନଗର ଅଞ୍ଚଳର ଶ୍ରୀ ବାଲାଜି ଏଜେନ୍ସିର ବ୍ୟାଙ୍କ୍ ଆକାଉଣ୍ଟର ଯଦିଓ ଜବତ ହୋଇଛି, ଏଥିରେ କୌଣସି ଟଙ୍କା ମିଳିନାହିଁ। ପୂର୍ବରୁ ଗିରଫ ହୋଇଥିବା ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଫ୍ରିଜ୍ ହୋଇଥିବା ଟଙ୍କାକୁ ମିଶାଇ ଏଯାଏ ମୋଟ ୪୦ ଲକ୍ଷ ଟଙ୍କା ପୁଲିସ ଏହି କାରବାରରେ ଜବତ କରିସାରିଲାଣି।

Related Posts

Seo wordpress plugin by www.seowizard.org.