Odisha News

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ: ୧୯ରେ ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର,୧୩/୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି।
ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ ଅନେକ ହେଭିୱେଟ୍ ନେତା ଓଡ଼ିଶା ଆସିବାର କାର‌୍ୟ୍ୟକ୍ରମ ରହିଛି। ହେଲେ ଏହି ସମୟରେ କଂଗ୍ରେସର ଓଡ଼ିଶା ୟୁନିଟ ମଧ୍ୟ ପଛରେ ନାହିଁ।
ତେବେ ରାହୁଲ ଗାନ୍ଧୀ, ମଲ୍ଲ୍କାର୍ଜୁନ ଖାର୍ଗେଙ୍କ ଙ୍କ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ନେତା ସଚିନ ପାଇଲଟ ଖୁବ୍ଶୀଘ୍ର ଓଡ଼ିଶା ଆସିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ସରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.