Odisha News

‘ଓଡ଼ିଶାରେ ପ୍ରଭାବ ପକାଇବ ୩ ରାଜ୍ୟର ଫଳାଫଳ; ହଟିବ ଭ୍ରଷ୍ଟ ସରକାର’

ଭୁବନେଶ୍ବର,୪/୧୨: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଏପରି ଟିପ୍ପଣୀ କରିଛନ୍ତି।
ଗତକାଲି ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ଖୁସି ବ୍ୟକ୍ତ କରିଛି। ଅନ୍ୟ ରାଜ୍ୟର ଫଳ ଦେଖି ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ସେ କହିଛନ୍ତି, ବିଜେପି ଉପରେ ଜନସାଧାରଣଙ୍କ ଆଶୀର୍ବାଦ ଅଛି। ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ। ଲଢ଼େଇ ଜୋରଦାର ହେବ। ଆଗ୍ରେସିଭ ମୁଡରେ ଲଢ଼ି ଅଧିକ ସିଟ ହାତେଇବ ବିଜେପି। ଓଡ଼ିଶାରେ ଯେଉଁ ଭ୍ରଷ୍ଟାଚାରୀ ସରକାର ଚାଲିଛି, ତାକୁ ନିଶ୍ଚିତ ଲୋକେ ପ୍ରତ୍ୟାଖ୍ୟାନ କରିବେ।
ଆଖି, କାନ, ନାକ ନଥିବା ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ। ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଦେଢ଼ କୋଟି ଯୁବକ ଦାଦନ ଯାଉଛନ୍ତି ଏ ସବୁ ଚିନ୍ତାଜନକ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଓ ବ୍ୟଭିଚାରୀ ସରକାର ଚାଲିଛି। ତେଣୁ ଏ ସରକାରଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ କ୍ରୋଧ ଅଛି।
ବିମାନରେ ଯିବା ଲାଗି ୩ଶହ କୋଟି ଲୋକଙ୍କୁ ବୋହିବାରେ ୫୦୦ କୋଟି ଖର୍ଚ୍ଚ କରାଯାଉଛି। ଓଡ଼ିଶାର ଅସ୍ମିତା ଜଗନ୍ନାଥ ସଂସ୍କୃତି ପ୍ରତି ସରକାରଙ୍କ ଧ୍ୟାନ ନାହିଁ। ରତ୍ନ ଭଣ୍ଡାର ଖୋଲୁ ନାହାନ୍ତି, ଏହାକୁ ନେଇ ସାଧାରଣ ଲୋକେ ଆନ୍ଦୋଳିତ, ହାଇକୋର୍ଟଙ୍କ ଆଦେଶ ପରେ ବି କୌଣସି ଏ ପାଇଁ ସରକାର ଦାୟୀ କାମ ହେଉନି। ଏ ବିଷୟରେ ଲୋକେ ବି ସଚେତନ ହେଲେଣି।
ବିଜେପି ରାଜ୍ୟ ସଭାପତି ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ନିର୍ବାଚନରେ କାମ ଦେବ। ଏହା ଟ୍ରେଲର ଥିଲା,୨୦୨୪ରେ ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟି ଆସୁଛି। ଓଡ଼ିଶା ଲୋକଙ୍କୁ ମଧ୍ୟ ଧନ୍ୟବାଦ।
ଆମ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧକ୍ଷ ଜେ ପି ନଡ୍ଡାଙ୍କ ନେତୃତ୍ୱରେ ଗତକାଲିର ଫଳ ଆସିଛି। ଘୋଷଣା ସର୍ବସ୍ବ ନୁହେଁ ବିଜେପି କାମକୁ ଗୁରୁତ୍ୱ ଦିଏ। ନିର୍ବାଚନରେ ୩ଟି କଥା ସ୍ପଷ୍ଟ ହୋଇଛି। ପ୍ରଚାର ସର୍ବସ୍ବ ହେଲେ ଲୋକେ ଭୋଟ ଦିଅନ୍ତି ନାହିଁ, କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହରିଲୁଟ କରିଥିଲେ ତାହା ମଧ୍ୟ ଲୋକ ଗ୍ରହଣ କରିନାହାଁନ୍ତି ଏ କଥା ସ୍ପଷ୍ଟ ହୋଇଛି। କେନ୍ଦ୍ର ହାତ ଖୋଲି ରାଜ୍ୟକୁ ପଇସା ଦେଇଛି, କିନ୍ତୁ ୨ଟି ରାଜ୍ୟ ସରକାର ଠିକ ଭବେ ବିନିଯୋଗ କରିନାହାନ୍ତି, ଯାହାର ଫଳ କଂଗ୍ରେସ ପାଇଛି।
ଗରିବ, ମହିଳା, କୃଷକ ଓ ଯୁବ ଜାତିଙ୍କର ଯଦି ବିକାଶ ହେବ ତାହା ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମସ୍ତଙ୍କୁ ନ୍ୟାୟକୁ ନେଇ ଆମେ କାମ କରୁଛୁ। ତୁଷ୍ଟିକରଣ ରାଜନୀତିଠୁ ବିଜେପି ବେଶ ଦୂରରେ। ବିକଶିତ ଭାରତର ଗାଡ଼ି ପ୍ରତି ପଞ୍ଚାୟତକୁ ବୁଲୁଛି। ଜାନୁଆରୀ ୨୫ ଯାଏ ଗାଡ଼ି ବୁଲିବ। ଯେଉଁ ଲୋକମାନେ ବିକାଶରେ ସାମିଲ ହୋଇନହାନ୍ତି, ସେମାନଙ୍କ ପାଇଁ ସୁଯୋଗ ଅଛି। ସେଥିରେ କେନ୍ଦ୍ରୀୟ ଯୋଜନାର ବହି, କ୍ୟାଲେଣ୍ଡର ସେ ସବୁ ରହୁଛି, ଲୋକେ ସେ ବିଷୟରେ ଜାଣନ୍ତୁ। ବିକାଶର ସାଥୀରେ ରୁହନ୍ତୁ।
ଏଣେ ବାତ୍ୟା ଆସୁଥିବାରୁ, ଓଡ଼ିଶାରେ ବାତ୍ୟାର ପ୍ରଭାବରେ ବର୍ଷାର ଅଧିକ ସମ୍ଭାବନା ବିଜେପି କାର‌୍ୟ୍ୟକର୍ତ୍ତାମାନଙ୍କୁ ସଭାପତି ନିର୍ଦେଶ ଦେଇଛନ୍ତି। ଜନ ସାଧାରଣ ସତର୍କ ରୁହନ୍ତୁ, ସମସ୍ତେ ଆଲର୍ଟ ରୁହନ୍ତୁ ବୋଲି ସେ କହିଛନ୍ତି।

Related Posts

Seo wordpress plugin by www.seowizard.org.