Odisha News Top Stories

ଓଡ଼ିଶାରେ ଖୁବ୍ ଶୀଘ୍ର ନୂତନ ୪ଟି ସାଇବର ଥାନା ଖୋଲାଯିବ – ପୋଲିସ୍ ମହାନିର୍ଦ୍ଦେଶକ ଆରପି ଶର୍ମା

ଭୁବନେଶ୍ୱର,୧୯ ।୨(ସ୍ୱାଗତିକା ଭୁତିଆ):ଓଡ଼ିଶାରେ ଖୁବ୍ ଶୀଘ୍ର ନୂତନ ୪ଟି ସାଇବର ଥାନା ଖୋଲାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଡ. ଆର.ପି. ଶର୍ମା ପ୍ରକାଶ କରିଛନ୍ତି ।
ଆଜି ଦୁଇଦିନିଆ ଗଂଜାମ ଜିଲ୍ଲା ଗସ୍ତରେ ଯାଇଥିବା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାର ପ୍ରଥମ ସାଇବର ଥାନାକୁ ଉଦଘାଟନ କରି ଉଦବୋଧନ ଦେବା ବେଳେ ଏହା ପ୍ରକାଶ କରିଥିଲେ ।
ଅନ୍ୟ ପକ୍ଷରେ ବ୍ରହ୍ମପୁର ସହରକୁ ଖୁବ୍ ଶୀଘ୍ର ପୋଲିସ କମିଶନରେଟ୍ ବ୍ୟବସ୍ଥା ଲାଗୁ ହେବ । ଗଂଜାମ ଜିଲ୍ଲା ଏବଂ ବ୍ରହ୍ମପୁରରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିଥିବାରୁ ଶ୍ରୀ ଶର୍ମା ଗଂଜାମ ଏବଂ ବ୍ରହ୍ମପୁର ପୋଲିସକୁ ଧନ୍ୟବାଦ ଦେଇଥିଲେ । ଆସନ୍ତା କାଲି ସୋନପୁରଠାରେ ଏକ ସାମୁଦ୍ରିକ ଥାନା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆୟୋଜିତ ସଭାରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.