Odisha News

ଓଲଟି ପଡିଲା ବରଯାତ୍ରୀ ବସ୍‌: ୩୦ରୁ ଉର୍ଦ୍ଧ୍ୱ ଆହତ,୪ ଗୁରୁତର

ପାରଳାଖେମୁଣ୍ଡି,୧୪/୧୨ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଘଟଛି ଏକ ଦୁର୍ଘଟଣା। ଗଜପତି ଜିଲ୍ଲାର ରାୟଗଡ଼ ଥାନା ଅନ୍ତର୍ଗତ ସେବକପୁର ନିକଟରେ ଏକ ବରଯାତ୍ରୀ ବସ ଗଛରେ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
ଗଞ୍ଜାମ ଜିଲ୍ଲା ପୋଲସରା ନିକଟସ୍ଥ ରୁମଗୁଡା ଗ୍ରାମରୁ ବରଯାତ୍ରୀ ଆସି ଫେରୁଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ରାତି ପ୍ରାୟ ୩ଟା ସମୟରେ ଘଟିଛି ଘଟଣା।
ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ଅଛନ୍ତି। ତେବେ ଏଥିରେ କାହାରି ମୃତ୍ୟୁ ହୋଇ ନଥିବା ଜଣାଯାଇଛି। କିନ୍ତୁ ଆହତଙ୍କ ମଧ୍ୟରେ ୪ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।
ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ହେତୁ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.