Odisha News

ଓଲଟିଲା କେମିକାଲ ବୋଝେଇ ଟ୍ରକ, ଗ୍ୟାସ୍ ଲିକ୍ ନେଇ ଭୟରେ ଗ୍ରାମବାସୀ

ସୋର, ୨୪/୧୨: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରେ ଏସିଡ ଟ୍ୟାଙ୍କର ଓଲଟିପଡ଼ିଥିବା ଜଣାଯାଇଛି। ଏହି ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଏହି ଟ୍ୟାଙ୍କରଟି ଗଞ୍ଜାମରୁ ନାଟନୋଭ ବାୟୁସାଇନ୍ସ ନାମକ ଏକ ଚିଙ୍ଗୁଡ଼ି କମ୍ପାନିକୁ ଯାଉଥିଲା।
ଚାଳକଙ୍କ କହିବା ଅନୁସାରେ ଏହି ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ ଯାଉଥିଲା। ରାସ୍ତାଟି ଅଙ୍କାବଙ୍କା ଥିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟିପଡ଼ିଥିଲା। ପରେ ସେଥିରୁ ଗ୍ୟାସ ଲିକ କରୁଥିବା ବେଳେ ପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହାଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।

Related Posts

Seo wordpress plugin by www.seowizard.org.