Odisha News

ଓଡିଶା ସଂଗୀତ ନାଟକ ଏକାଦେମୀ ପକ୍ଷରୁ ଭକ୍ତକବି କଳହଂସ ଗୋପାଳ କୃଷ୍ଣ ପଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୭: ପାରଳଖେମୁଣ୍ଡିର ଗୌରବ ଓ ଗର୍ଵ ତଥା ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଓଡିଶା ସଂଗୀତ ନାଟକ ଏକାଡେମୀ , ଭୁବନେଶ୍ୱର ଓ ଭକ୍ତି ସଂଗୀତ ସଂସଦର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ।
କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରଳା ତଥା ଓଡିଶାର ଗର୍ବ ଓ ଗୌରବ ରୀତି ଯୁଗର ଶ୍ରେଷ୍ଠ କବି କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟନାୟକ ତାଙ୍କର ସାରସ୍ୱତ କୃତି ଓ ପଦ୍ୟାବଳୀ ପାଇଁ ଯୁଗେ ଯୁଗେ କାଳଜୟୀ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ଭକ୍ତି ସଂଗୀତ ସଂସଦର ସଭାପତି ଶ୍ରୀ ବସନ୍ତ ଦାସ ଏବଂ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଭକ୍ତକବି ଗୋପାଳ କୃଷ୍ଣଙ୍କ ପଦ୍ୟାବଳୀ କୃତି ଓ ଗୌଡିୟ ବୈଷ୍ଣବ ପରମ୍ପରା ଉପରେ ଆଲୋଚନା କରିଥିଲେ ।
ଏହି ସ୍ଵାସାରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଠ ଓଡିଶୀ ସଙ୍ଗୀତଜ୍ଞ ଗୁରୁ ରଘୁନାଥ ପାତ୍ର ଓ ତାଙ୍କ ସାଥୀ ଭକ୍ତକବି ଗୋପାଳ କୃଷ୍ଣଙ୍କ ରଚନା ପଦ୍ୟାବଳୀରୁ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସୁଶ୍ରୀ ଡି ପ୍ରିୟଙ୍କା ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।
ସମସ୍ତ କାର‌୍ୟ୍ୟକ୍ରମ\’କୁ ସଂସଦ\’ର ସଂଗଠନ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରଥ \’ଙ୍କ ସମେତ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଗିରିଶ ରଥ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ କ୍ଷ

Related Posts

Seo wordpress plugin by www.seowizard.org.