Odisha News

ଓଡିଶାରେ ପ୍ଲାଜମା ଥେରାପୀ ଏବେ କରୋନା ଆକ୍ରାନ୍ତଙ୍କ ଲାଗି ନବ ସଂଜୀବନୀ

ଭୁବନେଶ୍ୱର,୧୯/୭ : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଓଡିଶାରେ ପ୍ଲାଜମା ଥେରାପି ସଫଳ ହୋଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି । ଏପରିକି ଏବେ ରୋଗୀଙ୍କୁ ଅମ୍ଲଜାନର ମଧ୍ୟ ଦରକାର ପଡୁନାହିଁ । ଖୁବ ଶୀଘ୍ର ଏମାନଙ୍କୁ ହସ୍ପିଟାଲରୁ ଛୁଟି କରାଯିବ ବୋଲି ସୂଚନା ମିଳିଛି। ସେହିପରି ପ୍ଲାଜମା ନେଇଥିବା ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବି ସ୍ଥିର ରହିଛି।


ଅନ୍ୟପଟେ ପ୍ଲାଜମା ଦାନ କରିବାକୁ ଯାଇଥିବା କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଜି ଟୁଇଟ କରି ମୁଖ୍ୟମନ୍ତ୍ରୀ ଏନଡିଆରଏଫ, ହୋମଗାର୍ଡ , ଅଗ୍ନିଶମ ବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ।

Related Posts

Seo wordpress plugin by www.seowizard.org.