Odisha News

ଓଡ଼ିଶାରେ କରୋନାର ନୂଆ ଭାରିିଆଣ୍ଟ୍ ଚିହ୍ନଟ, ଓମିକ୍ରନର ସବ୍ ଭାରିଆଣ୍ଟ୍ ବିଏଫ୍.୭ ରେ ଜଣେ ଆକ୍ରାନ୍ତ

ଭୁବନେଶ୍ବର,୨୧/୧୨: ଓଡ଼ିଶାରେ କୋଭିଡ୍ ଓମିକ୍ରନ୍ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଓମିକ୍ରନ୍ ଭାରିଆଣ୍ଟର ବିଏଫ୍.୭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗୁଜରାଟରେ ୨ ଜଣ ଏବଂ ଓଡ଼ିଶାରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ବିଏଫ୍.୭ ଭାରିଏଣ୍ଟ କିଛି ଦିନ ହେଲା ଚୀନ୍ରେ ଆତଙ୍କ ସୃଷ୍ଟି କରୁଛି।
ବିଦେଶରେ କୋଭିଡ ଉଗ୍ର ରୂପ ନେବା ପରେ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ରର ଚିଠି ପାଇଲା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ କରାଯିବ। ଏଥି ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।
ଆକ୍ରାନ୍ତଙ୍କ ଜିନମ ସିକ୍ୟୁଏନସିଂ ହେବ। ଆମ ପାଖରେ ପର‌୍ୟ୍ୟପ୍ତ ପରିମାଣର ଜେନମ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି। ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢେ ତାପରେ ଅନ୍ୟ ପଦକ୍ଷେପ ନିଆଯିବ। ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି କାହାର ଲକ୍ଷଣ ପ୍ରକାଶ ପାଇଲେ ସଂଗେ ସଂଗେ ତାର ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଙ୍ଗ ପାଇଁ ପର‌୍ୟ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି।
ଚୀନ, ଆମେରିକା ଓ ଜାପାନରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢିଚାଲିଛି । ବିଶେଷକରି ଚୀନ ଅବସ୍ଥା ଚିନ୍ତା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଉଠିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ବୁଧବାରଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏପର‌୍ୟ୍ୟନ୍ତ ଦେଶରୁ କୋଭିଡ ମୂଳପୋଛ ହୋଇନାହିଁ, ଏଣୁ ଯଥାଶୀଘ୍ର ସମସ୍ତେ କୋଭିଡ୍ ଟୀକା ନେଇଯାଆନ୍ତୁ । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ ଜନସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ତଦାରଖ କରିଥିଲେ ।

Related Posts

Seo wordpress plugin by www.seowizard.org.