Odisha News

ଓଏସ୍‌ଆର୍‌ଟିସି ବସ୍ ଓ ସ୍କୁଟର ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡା, ୨୮/୫: ମହିଳାଙ୍କ ଉପରେ ମାଡ଼ିଗଲା OSRTC ବସ୍। ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଖରିଦା ସାହି ଠାରେ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ।
ଆଜି ସକାଳେ OSRTC ବସ୍ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ସ୍କୁଟି ଆରୋହୀ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ସ୍କୁଟିରେ ଥିବା ମହିଳା ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ OSRTC ବସଟି ମାଡ଼ି ଯାଇଥିବା ସୂଚନା ରହିଛି।
ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.