Odisha News

ଏପ୍ରିଲରୁ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୧/୧: ଜାତୀୟ ଶିକ୍ଷା ନୀତିରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯିବା ଦରକାର । ଏଥିରେ ଓଡ଼ିଶାର ବୀର ଗାଥା, ଧର୍ମ ନିରପେକ୍ଷତା ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର, ଓଡ଼ିଆଙ୍କ ବୌଦ୍ଧିକ କ୍ଷମତା, ପଠାଣି ସାମନ୍ତଙ୍କ ଗଣିତ ଶିକ୍ଷାର ଶିକ୍ଷା ଦାନ ହେବା ଦରକାର ।
ତେଣୁ ଆଗାମୀ ଏପ୍ରିଲ ମାସରେ ଏକ ଭଲ ଦିନ ସ୍ଥିର କରି ଶିଶୁ ବାଟିକା ଆରମ୍ଭ କରିବାକୁ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ଉପରେ କର୍ମଶାଳା ଆରମ୍ଭ ହୋଇଯାଇଛି । ଏଥିରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବ ସରକାର ଟାର୍ଗେଟ୍ କରିଛନ୍ତି ।
ପୂର୍ବ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲେ କିନ୍ତୁ ମୋହନ ସରକାର ପିଲାଙ୍କ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ଆରମ୍ଭ କରିଛନ୍ତି ।
ଗତ ସରକାର ନିଷ୍ପତି କରିଥିଲା ଓଡ଼ିଶା ଶିକ୍ଷା ନୀତି ପ୍ରଣୟନ କରିବେ କିନ୍ତୁ ବର୍ତ୍ତମାନ ସରକାର ଐତିହାସିକ ନିଷ୍ପତି ନେଇ ନୂତନ ଶିକ୍ଷା ନୀତି ଲାଗୁ କଲେ । ଓଡ଼ିଆ ପିଲା ନିଜ ମାତୃଭାଷାରେ ପାଠ ପଢ଼ିବେ । ଏପ୍ରିଲ ମାସରେ ଜାତୀୟ ଶିକ୍ଷା ନୀତିର ଖଡ଼ିଛୁଆଁ ହେବ ।
ଶିଶୁ ବାଟିକା ଆରମ୍ଭ ହେବ । ସେହିଦିନ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି, ଅଧିକାରୀ ଆଦି ୬୩ ହଜାର ସ୍କଲକୁ ଯାଇ ଶିକ୍ଷା କଣ ବୁଝାଇବା ଦରକାର । ମେ ଏବଂ ଜୁନ ମାସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଧିକାରୀମାନେ ଓଡ଼ିଶାର ୫୦ ହଜାର ଗାଁ ବୁଲି ଡ୍ରପ୍ ଆଉଟ୍ ପିଲାଙ୍କୁ ଖୋଜି ବାହାର କରିବାକୁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଗଣିତ ଓ ବିଜ୍ଞାନରେ ପାଠ୍ୟକ୍ରମ ଦେଶ ବିଦେଶରେ ସମାନ ହୋଇପାରେ । କିନ୍ତୁ ଉଦାହରଣ ଆଞ୍ଚଳିକ ହେବା ଦରକାର । ଆମର ପୁରୀ ସମୁଦ୍ରର ଲହଡ଼ି, ନୌବାଣିଜ୍ୟ, ପଠାଣି ସାମନ୍ତ, କୋଣାର୍କକୁ ନେଇ ଉଦାହରଣ ଦିଆଯିବା ଦରକାର । ଆମର ସଭ୍ୟତା ବହୁତ ପୁରାତନ, ଆମ ଓଡ଼ିଶା ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା ।
ଅଶୋକ ଆସିଥିଲେ ଆମକୁ ଶାସନ କରିବାକୁ କିନ୍ତୁ ବୀର ଓଡ଼ିଶା ଲଢ଼ିଥିଲେ ଯାହାର ମୁକ ସାକ୍ଷୀ ଧଉଳି ପାହାଡ ଯେଉଁଠି ବୌଦ୍ଧ ଧର୍ମ ବିଶ୍ୱକୁ ବାଟ ଦେଖାଇଥିଲେ ।
ଏଥିରୁ ପ୍ରମାଣ ମିଳୁଛି ଆମ ବୌଦ୍ଧିକ ସଂସ୍କୃତି କେତେ ପୁରୁଣା । ଧର୍ମ ନିରପେକ୍ଷତା ଉପରେ ଶିକ୍ଷାଦାନ ହୁଏ ତେବେ ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର, ମଧୁ ବାବୁଙ୍କ ଉପରେ ହେବା ଦରକାର୍ ।

Related Posts