Odisha News

ଏନ୍‌ଡିଏର ରାଷ୍ଟ୍ରପତି ପାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ‘ଜେଡ୍ ପ୍ଲସ୍‌’ ସୁରକ୍ଷା

ନୂଆଦିଲ୍ଲୀ,୨୧/୬: ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପାର୍ଥୀ ଘୋଷଣା ପରେ ‘ଜେଡ୍ ପ୍ଲସ୍‌’ ସୁରକ୍ଷ ମିଳିଛି । ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଦ୍ରୌପଦୀଙ୍କ ନାଁ ଘୋଷଣା କରାଯିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସ୍ମିଟ୍ରେ ସୂଚନା ଦେଇଥିଲେ।
ଏହାପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଦ୍ରୌପଦୀ ମୁର୍ମୁଙ୍କୁ ‘ଜେଡ୍ ପ୍ଲସ୍‌’ ସୁରକ୍ଷା ମିଳିଛି।
ଏନ୍ଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍ଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି। ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା।

Related Posts

Seo wordpress plugin by www.seowizard.org.