Odisha News

ଏଣିକି ହିନ୍ଦିରେ ପଢ଼ା ହେବ ଏମ୍‌ବିବିଏସ୍ ପାଠ୍ୟକ୍ରମ

ମଧ୍ୟପ୍ରଦେଶ ୧୨/୧୦: ସହଜ ହେବ ଏମ୍‌ବିବିଏସ୍ ପାଠପଢ଼ା । ଏଣିକି ହିନ୍ଦୀରେ ପଢ଼ାହେବ ଏମ୍‌ବିବିଏସ୍ ପଠ ।
ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା । ୧୬ ଅକ୍ଟୋବରରେ ଭୋପାଳରେ ଏମ୍‌ବିବିଏସ୍ ର ପ୍ରଥମ ବର୍ଷ ପାଇଁ ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ ଗୃହମନ୍ତ୍ରୀ । ଏହା ସହ ମଧ୍ୟପ୍ରଦେଶରେ ଏମ୍‌ବିବିଏସ୍ ଅଧ୍ୟୟନ ହିନ୍ଦୀରେ ଆରମ୍ଭ ହେବ ।
ସିଏମ୍ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଦେଶରେ ଏହା ପ୍ରଥମ ଘଟଣା ହେବ । ଏମ୍‌ବିବିଏସ୍ ପାଠ୍ୟକ୍ରମକୁ ହିନ୍ଦୀରେ ଶିକ୍ଷାଦାନ କରାଯିବ । ସେ କହିଛନ୍ତି ଯେ ଏହା ଧାରଣାକୁ ବଦଳାଇବ ଯେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ହିନ୍ଦୀରେ ହୋଇପାରିବ ନାହିଁ । ଏହି ଧାରଣାକୁ କାର‌୍ୟ୍ୟକାରୀ କରିବା ପାଇଁ ଗୋଟିଏ ପଦକ୍ଷେପ ହେଉଛି ଛାତ୍ରଛାତ୍ରୀମାନେ ହିନ୍ଦୀରେ ପାଠ ପଢି ନିଜ ଭବିଷ୍ୟତ ଗଢିବେ ।
ସିଏମ୍ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଆରମ୍ଭ ହେବ ବୈପ୍ଲବିକ ଆନ୍ଦୋଳନ । ଏହା ଆମ ପାଇଁ ଗର୍ବର ବିଷୟ । ଭୋପାଳର ଲାଲ ପରେଡ ଗ୍ରାଉଣ୍ଡରେ ଏ ସମ୍ପର୍କରେ ଏକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ସିଏମ ଶିବରାଜ ସିଂ ଚୌହ୍ୱାନ ପ୍ରମୁଖ ଉପସ୍ଥିତ ଥିଲେ ।
ଆଗକୁ ଆନାଟୋମି, ବାୟୋକେମିଷ୍ଟ୍ରି ଏବଂ ଫିଜିଓଲୋଜି ଉପରେ ହିନ୍ଦୀରେ ଡାକ୍ତରୀ ପୁସ୍ତକ ପ୍ରକାଶ କରାଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଥିଲେ । ଗୃହମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ହେଉଛି ଯେ ମାତୃଭାଷା ହେବା ଉଚିତ୍ । ଛାତ୍ରମାନେ ଇଂରାଜୀ ଶିଖିବା ଉଚିତ କିନ୍ତୁ ଶିକ୍ଷା କେବଳ ଇଂରାଜୀରେ ସମ୍ଭବ ବୋଲି ଧାରଣାକୁ ତ୍ୟାଗ କରିବା ଆବଶ୍ୟକ । ଇଂରାଜୀ ଜାଣିନଥିବା ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିଯାନ ।

Related Posts

Seo wordpress plugin by www.seowizard.org.