Odisha News

ଏଣିକି ଫିଜିକାଲ ମୋଡରେ ଚାଲିବ ହାଇକୋର୍ଟ, ସୋମବାର ଠାରୁ ଶତ ପ୍ରତିଶତ କର୍ମଚାରୀ ଯୋଗ ଦେବାକୁ ନିର୍ଦ୍ଦେଶ

କଟକ ୪/୨ : ଫେଵୃଆରୀ ୭ ତାରିଖରୁ ଫିଜିକାଲ ମୋଡ଼ରେ ଚାଲିବ ଓଡିଶା ହାଇକୋର୍ଟ। ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ଼ରେ କୋର୍ଟ କାମ ଚାଲିବ। ଏ ନେଇ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ କର୍ତ୍ତୃପକ୍ଷ । ୭ତାରିଖରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟର ଶୁଣାଣି ଜାରି ରହିବ ।
ସୂଚନାଯୋଗ୍ୟ, ଜାନୁଆରୀ ୧୦ରୁ ଫେବୃଆରୀ ୪ ତାରିଖ ପର‌୍ୟ୍ୟନ୍ତ କେବଳ ଭିଡିଓ କନଫରେନସିଂରେ ହାଇକୋର୍ଟରେ ମାମଲାର ଶୁଣାଣି ହେଉଥିଲା। ଏହା ସହ କୋଭିଡ କଟକଣା ଯୋଗୁଁ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା ହାଇକୋର୍ଟ । ଏବେ କିନ୍ତୁ ସଂପୂର୍ଣ୍ଣ କର୍ମଚାରୀ ହାଇକୋର୍ଟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି

Related Posts

Seo wordpress plugin by www.seowizard.org.