Odisha News

ଏଏନ୍ଏମଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ: ବିପିଏମଙ୍କ ବିରୋଧରେ ଥାନାରେ ଏତଲା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୭/୬: ଏଏନ୍ଏମ୍ ଙ୍କୁ ବିପିଏମଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏନ୍ଏମ୍ ।
ଅଭିଯୋଗ ପ୍ରକାରେ କୋଟଗଡ଼ ଥାନା କେସ୍ ନଂ ୮୬/୨୦୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି କୋଟଗଡ଼ ପୋଲିସ୍ ।
ଘଟଣା ପ୍ରକାରେ ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ କାର୍ଯ୍ୟରତ ଏଏନ୍ଏମ୍ ପୁଷ୍ପାଞ୍ଜଳି ଦିଗାଳ ଗତ ୨୪ ତାରିଖରେ ବ୍ୟକ୍ତିଗତ କାମରେ ନିଜ ଗାଁ କୋଟଗଡ଼କୁ ଯାଇଥିଲେ ଏବଂ କୋଟଗଡ଼ ଡାକ୍ତରଖାନା ପରିସରରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଦେଖାକରି ଫେରୁଥିଲେ ।
ସେହି ସମୟରେ ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ବିପିଏମ୍ ଶାନ୍ତନୁ ସାହୁ ଏଏନ୍ଏମ୍ ପୁଷ୍ପାଞ୍ଜଳୀଙ୍କୁ ପଛରୁ ଡାକି ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରିଥିଲେ ।
ଏଥିସହିତ ତତେ ମୁଁ ଏଠୁ ବଦଳି କରିଛି ଏବଂ ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ତୋ ପୁଅକୁ ମାଓବାଦୀ ଲଗେଇ ଉଡେଇ ଦେବି ବୋଲି ସମ୍ପୃକ୍ତ ବିପିଏମ୍ ଶାନ୍ତନୁ ସାହୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୁଷ୍ପାଞ୍ଜଳି ଦିଗାଳ।
ଅନ୍ୟପଟେ ଜାତିଆଣ ଆକ୍ଷେପ କଥା ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ମଧ୍ୟ ଥାନା ଅଧିକାରୀ ସେନେଇ କୌଣସି ଦଫା ଲଗାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କରିବା ସହ ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ଦିଗାଳ ।
ବାଇକରେ ଷ୍ଟଣ୍ଟ ହେଲା କାଳ : ଆମ୍ବୁଲାନ୍ସ-ବାଇକ ମୁହାଁମୁହିଁ ଧକ୍କା: ଜଣେ ଯୁବକ ମୃତ
ବାଲିଗୁଡା,୨୭/୬: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ନିଜ କେଟିଏମ ବାଇକ ରେ ଷ୍ଟଣ୍ଟ କରି ଦୃତ ଗତିରେ ବାଇକ ଚଳାଇବା ହେଲା କାଳ । ଏକ ଘରୋଇ ଆମ୍ବୁଲାନ୍ସ ଶବ ଧରି ଯାଉଥିବା ବେଳେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ବାଇକ ଚାଳକ ଆହତ ହୋଇଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ, ବୁଧବାର ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଭବାନୀପାଟଣା ରୁ ଏକ ଶବ ଧରି ନୟାଗଡ ଯାଉଥିବା ବେଳେ ଏକ ମର୍ମତୁଦ ଦୁର୍ଘଟଣା ହୋଇଥିଲା ବେନବାଲ ରୁ ତୁମୁଡିବନ୍ଧ ଆସିଥିବା କେଟିଏମ ବାଇକ କୁ ଷ୍ଟଣ୍ଟ କରି ଦ୍ରୁତଗତି ରେ ବାଇକ ଟି ଆସୁଥିଲା ଏହି ସମୟରେ ବାଇକ ଟି ଭାରସାମ୍ୟ ହରାଇ ଆମ୍ବୁଲାନ୍ସ କୁ ଧକ୍କା ଦେଇଥିଲା ଯାହାଫଳରେ ଆମ୍ବୁଲାନ୍ସ ଟି ରାସ୍ତା କଡକୁ ଚାଲିଯାଇଥିବା ବେଳେ କେଟିଏମ ବାଇକ ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିଲା ଏହା ସହ ଲଙ୍କାଗଡ ର ଜନକ ପାତ୍ର (୨୦) ଘଟଣା ସ୍ଥଳ ରେ ମୃତୁ ବରଣ କରିଥିଲା । ଏହି ସମୟରେ ଅନ୍ୟ ଏକ ବାଇକ ଉପରକୁ ଆମ୍ବୁଲାନ୍ସ ଟି ଧକ୍କା ଦେବା ଫଳରେ ନୂଆମୁଣ୍ଡା ଗ୍ରାମର ଗଜପତି ସାହୁ ଆହତ ହୋଇ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରଯାଇଥିଲା । ଘଟଣା ସ୍ଥଳରେ ବିଜେପି ର କିଛି ନେତା ଓ କର୍ମୀ ଆସି ମୃତ ଓ ଗୁରୁତରଙ୍କୁ ମେଡିକାଲକୁ ଆଣି ଚିକିତ୍ସା କରାଇବା ସହ ଶବ ବ୍ୟବଚ୍ଛେଦ କରାଇଥିଲେ । ଯାହାକୁ ନେଇ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।
ବାଲିଗୁଡ଼ା : ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଅଚାନକ ମୃତ୍ୟୁ
ବାଲିଗୁଡ଼ା, ୨୭/୬: ସ୍କୁଲକୁ ଯାଇଥିଲେ ପାଠ ପଢ଼ିବାକୁ, ହେଲେ ଘରକୁ ଫେରିଲା ଝିଅର ମର ଶରୀର। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ ।
ସୂଚନା ପ୍ରକାରେ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ କୁଟିକିଆ ଗ୍ରାମ ପଞ୍ଚାୟତର ସରୁକୁଇ ଗ୍ରାମର ଆଦିବାସୀ ଛାତ୍ରୀ ମିତା ମଲ୍ଲିକ ।
ଗତ ଦୁଇଦିନ ହେବ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ବୁଧବାର ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ମିତା ମଲ୍ଲିକଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ତେବେ ଚିକତ୍ସିତ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଘୋଷଣା ପରେ ଶୋକାକୁଳ ପରିବେଶରେ ଝିଅର ଶବକୁ ନେଇ ସରୁକୁଇ ଗ୍ରାମକୁ ଫେରିଛନ୍ତି । ଘଟଣାକୁ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts

Seo wordpress plugin by www.seowizard.org.