Odisha News

ରୁୁୁଷ ସେନାଙ୍କ ବର୍ବରତା: ଯୁକ୍ରେନ ମହିଳାଙ୍କୁ ଗଣ ଦୁଷ୍କର୍ମ କରି ଗର୍ଭବତୀ କରିଛନ୍ତି, ୧୦ହଜାର ଲୋକଙ୍କୁ ହତ୍ୟା

କିଭ୍ ୧୩/୦୪ : ରୁଷ ୟୁକ୍ରେନ ଯୁଦ୍ଧ ୪୯ଦିନରେ ପହଁଂଚିଲାଣି । ଏପର୍ଯ୍ୟନ୍ତ ଯୁଦ୍ଧର ଅନ୍ତ ଘଟିନାହିଁ ବରଂ ଦିନକୁ ଦିନ ଏହା ଅତି ବର୍ବର ହେବାରେ ଲାଗିଛି । ହତ୍ୟା ସଂହାର କମୁନି। ଧ୍ୱଂଶର ଲୀଳାରେ ଆହୁରି ଭୟଙ୍କର ଜୁଲମ୍ ଓ ନିର‌୍ୟ୍ୟାତନାର ଯନ୍ତ୍ରଣା। ୟୁକ୍ରେନ ଯୁଦ୍ଧରେ ଋଷ ସେନା ବିରୋଧରେ ସଙ୍ଗୀନ ଆରୋପର ଲମ୍ବା ତାଲିକା। ଗଣହତ୍ୟା, ଗଣକବର, ଦୁଷ୍କର୍ମ। ୟୁକ୍ରେନ୍ ସେନାକୁ ଟାର୍ଗେଟ୍ କରୁଛନ୍ତି ସାଧାରଣ ଜନତାଙ୍କୁ। ଆଉ ତିଳ ତିଳ କରି ଯନ୍ତ୍ରଣା ଦେଉଛନ୍ତି ଋଷ୍ ସେନା। ବୁଚା ସହରରରେ ନରସଂହାରର ପ୍ରମାଣ ମିଳିବା ପରେ ସାରା ବିଶ୍ୱ କରିଥିଲା ନିନ୍ଦା। ଏବେ ୟୁକ୍ରେନ ରାଜଧାନୀ କିଭ୍ ସମେତ ଅନ୍ୟ ସହରରେ ବି ଋଷ୍ ସେନାର ସଂହାର ଲୀଳା। ମହିଳାଙ୍କୁ ସାଙ୍ଘାତିକ୍ ନିର‌୍ୟ୍ୟାନତାକ ଅଭିଯୋଗ।
ପରେ ଆହୁରି ଆକ୍ରମଣାତ୍ମକ ହୋଉଛି ୟୁକ୍ରେନ୍। ଋଷ ୟୁକ୍ରେନ୍ ଯୁଦ୍ଧରେ କିଭ୍ର ଏକ ମଶାଣୀରୁ ଉଦ୍ଧାର ହୋଇଛି ୧୨୨୨ ମୃତଦେହ । ଦେଶର ବିଭିନ୍ନ ସ୍ଥାନରେ ବୋମା ବର୍ଷାଇବା କାରଣରୁ ଶହ ଶହ ନାଗରକଙ୍କର ହୋଇଛି ମୃତ୍ୟୁ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହାତ ବାନ୍ଧି ନିର୍ଜାତନା ଦେଇ ହତ୍ୟା କରାଯାଇଛି ବୋଲି ୟୁକ୍ରେନ୍ କହିଛି।ଏପଟେ ଜାତିସଂଘର ସୂଚନା ଅନୁସାରେ, ଖାରକିଭ, ଆଇଜ୍ୟିୁମ୍ ଏବଂ ମାରିଉପୋଲରେ ନିୟମିତ ଗୁଳି ବର୍ଷଣ ଜାରି ରହିଛି।
ରିପୋର୍ଟ ଅନୁସାରେ ପ୍ରାୟ ୧୦ ହଜାର ସାଧାରଣ ଲୋକଙ୍କୁ କରାଯାଇଛି ହତ୍ୟା । ଶହ ଶହ ମହିଳା ବଳତ୍କାରର ହୋଇଛନ୍ତି ଶିକାର । ବୁଚା ସହରରେ ଆତଙ୍କ ଖେଳାଇଛନ୍ତି ପୁଟିନ ବାହିନୀ । ମହିଳା ହେଉ କି ଛୋଟ ପିଲା, ଯିଏ ଆଗରେ ପଡିଲା ଦୁଷ୍କର୍ମ ଶିକାର ହେଲା, ନହେଲେ ହତ୍ୟା ଧମକ ।
ଛୋଟ ଛୋଟ ପିଲା ମଧ୍ୟ ସେମାନଙ୍କ ଟାର୍ଗେଟରୁ ବାଦ ପଡିନାହାନ୍ତି । ପିଲାଙ୍କୁ ସ୍କୁଲକୁ ଛାଡୁନାହାନ୍ତି ପୁଟିନ୍ ସେନା । କଥା କଥାକେ ଗୁଳିମାଡ଼ । କିଭ୍ ସହର ଛାଡି ଚାଲିଗଲା ବେଳେ ନର ରାକ୍ଷସ ପାଲଟି ଯାଇଥିଲେ ରୁଷର ସୈନିକମାନେ । ଯାହାକୁ ପାଇଥିଲେ, ତାହା ଉପରେ ଗୁଳିମାଡ଼ ମାଡ଼ କରିଥିଲେ । ଜନବସତି ଉପରେ ଆକ୍ରମଣ। ରାସ୍ତା ଘାଟ, ଆପାର୍ଟମେଂଟ, ସ୍କୁଲ, ମଲ୍ ଯେଉଁଠିକୁ ଚାହିଁଲେ ଖାଲି ଲୋକଙ୍କ ମୃତଦେହ । ରୋଷେଇ ଘରେ ବି ପଡିଛି ମୃତଦେହ । ଘର ଭିତରେ ପଶି ମାଆ-ଝିଅଙ୍କୁ ହତ୍ୟା କରିଥିବା ଚିତ୍ର ବୟାନ କରୁଛି, ବର୍ବରତାର ସୀମା ଲଂଘିଛି ରୁଷ ସେନା ।
କିଛି ସ୍ଥାନରେ ଲୋକଙ୍କୁ ଜୀବନ୍ତା ଜଳାଇ ଦିଆଯାଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏହି ବର୍ବରତାକୁ ଦେଖି ଅନେକ ଲୋକଙ୍କ ମାନସିକ ରୋଗର ଶିକାର ହୋଇଛନ୍ତି । ଏମିତି କି ଗୋଟିଏ ବେସ ମେଂଟରେ ରୁଷ ସେନାର ଶରଣରେ ଥିବା ୨୫ ଜଣ ଝିଅଙ୍କୁ କରାଯାଇଛି ଗଣଦୁଷ୍ମର୍ମ । ସେଥିରୁ ଅନେକ ଗର୍ଭବତୀ ହୋଇଛନ୍ତି । ଏମିତିକି ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ ଖୋଜି ହତ୍ୟା କରାଯାଉଛି। ଏହା ବ୍ୟତୀତ ବହୁ ୟୁକ୍ରେନ ଆର୍ମିଙ୍କ ଟାଟୁ ଥିବା ନାଗରିକଙ୍କୁ ଖୋଜିବା ସହ ଜୋରଜବଦସ୍ତ କରି ଖୋଲା ଯାଉଥିଲା ପୋଷାକ ।

Related Posts

Seo wordpress plugin by www.seowizard.org.