Odisha News

ଋଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହାସଲ କଲେ ଶାସନର ଶୀର୍ଷ ପଦବୀ

ନୂଆଦିଲ୍ଲୀ, ୨୪/୧୦: ଭାରତ ପାଇଁ ଗର୍ବର ବିଷୟ। ବ୍ରିଟେନରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ। ଦୀର୍ଘ କିଛି ଦିନ ହେବ ବହୁ ରାଜନୈତିକ ଛକାପଂଝା ପରେ ବ୍ରିଟେନ କ୍ଷମତା କେନ୍ଦ୍ରକୁ ହାତେଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ।
ସେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ବ୍ରିଟେନ ଶସନ ଗାଦିରେ ଆସିନ୍ନ ହେବେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପେନୀ ମୋର୍ଡାଣ୍ଟ ରେସ୍ରୁ ଓହରି ଯିବା ପରେ କଞ୍ଜରଭେଟିଭ ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁନକ। ଆସନ୍ତା ୨୮ରେ ସେ ଶପଥ ନେବେ।
ବର୍ତ୍ତମାନ କାମଚଳା ପ୍ରଧାନମନ୍ତ୍ରୀ ଥିବା ଲିଜ୍ ଟ୍ରସ ଏବଂ ଋଷି ସୁନକ ଆସନ୍ତାକାଲି କିଙ୍ଗ ଚାର୍ଲସଙ୍କୁ ବଙ୍କିମହାମ ପେଲେସ୍ରେ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ସୁନକ ବ୍ରିଟେନ୍ରେ ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସ୍ ଇସ୍ତଫା ଦେଇଥିଲେ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ଚାଲିଥିବା ରେସ୍ରୁ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓହରି ଯାଇଥିଲେ। ଫଳରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ରାସ୍ତା ସଫା ହୋଇଯାଇଥିଲା। ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ମିଡିଆ ରିପୋର୍ଟ ମୁତାବକ, କିଛିଦିନ ପୂର୍ବରୁ ଜନସନ ତାଙ୍କ ପାଖରେ ୧୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବା ଦାବି କରିଥିଲେ। ଅପରପକ୍ଷରେ ସୁନକ ମଧ୍ୟ ସମାନ ଦାବି କରିଥିଲେ। ହେଲେ ଯଦି ଜନସନ କ୍ଷମତାକୁ ଆସନ୍ତି ତେବେ ପୁଣି ରାଜନୈତିକ ସଙ୍କଟ ଦେଖାଦେବ ବୋଲି ସାଂସଦମାନେ ବିଚାର କରୁଥିବା ଖବର ପ୍ରକାଶ ପାଇଥିଲା।
ପ୍ରତିଦ୍ୱନ୍ଦିତାର ପରବର୍ତ୍ତୀ ପର‌୍ୟ୍ୟାୟକୁ ଯିବା ନିମନ୍ତେ ସୋମବାର ସୁଦ୍ଧା ତାଙ୍କର ୧୦୦ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିଲା। ପ୍ରଧାନମନ୍ତ୍ରୀ ରେସରୁ ଓହରି ଯାଇଥିବାରୁ ବ୍ରିଟେନ୍ର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଆଜି ବୋରିସ୍ ଜନ୍ସନଙ୍କୁ ପ୍ରଶଂସା କରିଥିଲେ।

Related Posts

Seo wordpress plugin by www.seowizard.org.