Odisha News

ଋଣ କରି ଘିଅ ଖାଇ ଶ୍ରୀଲଙ୍କା ଦେବାଳିଆ

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ୱର,୩୦/୩: କଥାରେ ଅଛି ଋଣମଂ କୃତ୍ୱା ଘୃତମଂ ପିବତେ । ଅର୍ଥାତ୍ ଋଣ କରି ଘିଅ ପିଇବା । ଏହି କାମ କେବଳ ନିର୍ବୋଧ ଓ ବୋକାମାନେ କରିଥାନ୍ତି । ଶେଷରେ ଋଣ ଯନ୍ତ୍ରାରେ ଏଭଳି ପଡିଥାନ୍ତି ଯେ ସେଥିରୁ ବାହାରି ପାରନ୍ତି ନାହିଁ । ତାହାହିଁ ସେମାନଙ୍କୁ ମୃତ୍ୟୁର ଗହ୍ୱରକୁ ଟାଣି ଆଣିଥାଏ । ଠିକ୍ ଏଭଳି ଅବସ୍ଥା ହୋଇଛି ଆମର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା କ୍ଷେତ୍ରରେ ।
ଭୋକର ଆଁ ରେ ଶ୍ରୀଲଙ୍କା ରହିଛି । ଚାରିଆଡେ ନାହିଁ ନାହିଁର ହାହା କାର । ଲୋକଙ୍କୁ ଖାଦ୍ୟ ମିଳୁନି, ତେଲ ମିଳୁନି ଓ କାଗଜ ମିଳୁନି । ଦରଦାମ ବୃଦ୍ଧି ଆକାଶ ଛୁଆଁ ହେଲା ପରେ ସରକାର ବିରୋଧି ଜନଅସନ୍ତୋଷ ବି ଚରମ ସୀମାରେ ପହଁଚିଛି । ହେଲେ ଶ୍ରୀଲଙ୍କା ସକରାରବି ଏକ ପକାର ନାଚାର । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବାରୁ ଘୋର ଅର୍ଥନୈତିକ ସଂକଟ ଭାରତର ଏହି ପଡୋଶୀ ରାଷ୍ଟ୍ରରେ ଶୋଚନୀୟ ସ୍ଥିତି ସୃଷ୍ଟି କରିଛି । ତେବେ ଶ୍ରୀଲଙ୍କାକୁ ଏହି ଗରିବି ପଂଝାରୁ ମୁକୁଳାଇବା ପାଇଁ ବିଭିନ୍ନ ସମୟରେ ସହାୟତା ଯୋଗାଇ ଆସୁଛି ଭାରତ । ଏବେ ସୂଚନା ମିଳିଛି ଯେ ଶିଲଙ୍କା ଭାରତକୁ ପୁଣି ୧୦୦କୋଟି ଟଙ୍କାର ସହାୟତା ମାଗିଛି ।
ଚୀନର ଋଣ ଯନ୍ତାରେ ଛଟପଟ ହୋଇପଡିଛି ଶୀଲଙ୍କା ରାଷ୍ଟ୍ର । ଦେବାଳିଆ ଏହି ଦ୍ୱୀପରାଷ୍ଟ୍ରର ଅର୍ଥନୀତି । ଦେଶର ସ୍ଥିତି ଏତେ ଦୟନୀୟ ହୋଇପଡିଛି ଯେ ଚାଉଳ,ଗହମ , କାଗଜର ଘୋର ସଂଙ୍କଟ ଦେଖା ଦେଇଛି । ପୋଟ୍ରୋଲ ଡିଜେଲ ଓ ଗ୍ୟାସ ନାହିଁ । ଯେଉଁଠି ଦେଖିବ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଲୋକଙ୍କା ଲମ୍ବା ଲାଇନ୍ ।
ଗୁରୁତ୍ୱପୁର୍ଣ୍ଣ କଥାହେଉଛି ଏସବୁ ସାମଗ୍ରୀର ଆମଦାନୀ ପାଇଁ ଶୀଲଙ୍କା ସରକାର ପାଖରେ ଡଲାର ବି ନାହିଁ । ଶୋଚନୀୟ ହୋଇପଡିଛି ଭାରତ ମହାସାଗରେ ଅବସ୍ଥିତ ଦ୍‌ôପ ରାଷ୍ଟ୍ରର ଅର୍ଥନୈତିକ ସ୍ଥିତି । ପେଟ୍ରୋଲିୟମ କିଣିବା ଲାଗି ଶ୍ରୀଲଙ୍କାକୁ ନିକଟରେ ଭାରତ ୫୦୦ମିଲିୟନ ଅର୍ଥ ଯୋଗାଇ ଦେଇଥିଲା । ତେବେ ଏହା ସମୁଦ୍ରକୁ ସଂଙ୍ଖେ ଭଳି । ପୁଣି ଥରେ ଖାଦ୍ୟ ପଦାର୍ଥ କିଣିବା ଲାଗି ଶ୍ରୀଲଙ୍କା ସରକାର ଆଉ ୧୦୦ କୋଟି ଅର୍ଥାତ୍ ୧ଡଲାର ଅର୍ଥ ଯୋଗାଇ ଦେବାକୁ ଭାରତକୁ ଅନୁରୋଧ କରିଛନ୍ତି ।
ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିଲା ବେଳେ ଚଳିତ ବର୍ଷ ଶୀଲଙ୍କାକୁ ଆଉ ୭ବିିଲିୟନ ଡଲାର ଋଣ ସୁଝିବାକୁ ପଡିବ । ଏଥିସହିତ ଆସନ୍ତା ଜୁଲାଇରେ ପୈଠ କରିବାକୁ ହେବ ୧ବିଲିୟନ ଡଲାର । ୨୦୨୦ମସିହା ପରଠାରୁ ଦେଶର ବୈଦେଶିକ ମୁଦା ଭଣ୍ଡାର ୭୦ ପ୍ରତିଶତ ହାସ ପାଇଛି । ଫ୍ରେବୃଆରୀ ମାସରେ ଶ୍ରୀଲଙ୍କାର ବୈଦେଶୀକ ମୁଦ୍ରାର ପରିମାଣ ମାତ୍ର ୨.୩୧ବିଲିୟନ୍ ରେ ପହଁଁଂଚିଛି । ତେଣୁ ଅତ୍ୟାବଶ୍ୟକ ସାମଗୀ କିଣିବା ଲାଗି ସରକାରଙ୍କ ପାଖରେ ଘୋର ସଙ୍କଟ ଦେଖା ଦେଇଛି । କୌଣସି ଅନ୍ତର୍ଯାତୀୟ ସଂସ୍ଥା ଯଦି କମ୍ ସୁଧରେ ବଡ଼ ଧରଣର ଆର୍ଥିକ ସହୟତା ନଦିଅନ୍ତି ତେବେ ଆଗାମୀ ଦିନରେ ଶ୍ରୀଲଙ୍କାରେ ଖାଦ୍ୟ ଓ ତୈଳ ଅଭାବର ଉତ୍କଟ ରୂପ ଧାରଣ କରିବ । ହେଲେ ସେଠାକାର ସରକାର ଏପର୍ଯ୍ୟନ୍ତ କୌଶସି ଆର୍ଥିକ ସଂସ୍ଥାଠାରୁ ଆର୍ଥିକ ସହାୟତା ପାଇନାହାଁନ୍ତି । ଶ୍ରୀଲଙ୍କାର ଦୟନୀୟ ସ୍ଥିତି ବେଳେ ବାରମ୍ବାର ସାହାର୍ଯ୍ୟ ଯୋଗାଇ ଆସୁଛି ଭାରତ ।
ପୁର୍ବରୁ ଭାରତ ଶ୍ରୀଲଙ୍କାକୁ ୨ବିଲିୟନ ଡଲାର ଋଣ ସୁବିଧା ଯୋଇଥିଲା । ୪ଶହ ମିଲିୟନ ଡଲାର୍ ର ମୁଦ୍ରାବିନିମୟ ଯୋଗାଇ ଦେଇଥିଲା । ସେହିପରି ପେଟ୍ରୋଲୀୟମ କିଣିବା ଲାଗି ଅତିରିକ୍ତି ୫ଶହ ମିଲିୟନ ଡଲାର ମଧ୍ୟ ପ୍ରଦାନ କରିଥିଲା ଭାରତ । ଚୀନ ମଧ୍ୟ ଯୋଇଦେଇଥିଲା ୧.୫ମିଲିୟନ ଡଲାର ମୁଦ୍ରାବିନିମୟ ସୁବିଧା । ଯଦିଓ ଏହା ସାମୁହିକ ଆସ୍ୱସ୍ଥି ଆଣି ଦେଇଥିଛି ହେଲେ ଦିର୍ଘମିଆଦୀ ସମସ୍ୟା ମେଣ୍ଡାଇବା ଆଦୈ ପର୍ଯ୍ୟାପ୍ତ ନୁହେଁ ।
ଶ୍ରୀଲଙ୍କାର ଏହା ଅର୍ଥନୀତରେ ଢ଼ଂଚାଗତ ତୃଟି ରହିଥିଲା ବେଳେ କୌଣସି ସରକାର ଏହାକୁ ସୁଦ୍ଧାରିବାକୁ ଚେଷ୍ଟା କରିନାହାଁନ୍ତି । ବରଂ ସାମୁହିକଲାଗି ଏହାର ସମସ୍ୟା ସମାଧାନ ଲାଗି ଉଦ୍ୟମ କରିଛନ୍ତି । ଫଳରେ ସମସ୍ୟା କ୍ରମାଗତ ଭାତରେ ଜଟିଳ ହେବା ସହ ମହାଧୁମର ଆକାର ଧାରଣ କରିଛି । ଗଲା ୧୫ବର୍ଷ ଧରି ଶାସନରେ ଥିବା ଦଳ ଋଣ କରି ଖର୍ଚ୍ଚର୍ କରିବାର ବ୍ୟବସ୍ଥା କରୁଥିବା ବେଳେ ଋଣ ପରିସଦ କରିବାର ବ୍ୟବସ୍ଥା କରିନାହାଁନ୍ତି ।
ସେହିପରି ବିଦେଶରୁ ଋଣ କରି ବୈଦେଶୀକ ଭଣ୍ଡାର ବୃଦ୍ଧି କରାଯାଇଥିବା ବେଳେ ରପ୍ତାନି ଦ୍ୱାରା କିଭଳି ବୈଦେଶୀକ ମୁଦ୍ରା ଆୟ କରାଯିବ ସେଥିପ୍ରତି ନଜର ଦେଇ ନାହାଁନ୍ତି ।
ବର୍ତ୍ତମାନ ଶୀଲଙ୍କାରେ ଘୋର କାଗଜ ସଙ୍କଟ ଦେଖାଦେଇଛି । ଛପା ହୋଇପାରୁନି ଖବର କାଗଜ । ପରୀକ୍ଷା ପ୍ରଶ୍ନ ପତ୍ର ପାଇଁ ମଧ୍ୟ ଆଭାବ ପଡୁଛି କାଗଜ । ଫଳରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷକୁ ସ୍ଥଗିତ ରଖିଦେଇଛନ୍ତି ସରକାର । ଏଭଳିସ୍ଥିତି ଯଦି ଦିର୍ଘ ଦିନ ଲାଗି ରହିବ ତେବେ କ’ଣ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ? ଏନେଇ ବଡ଼ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

Related Posts

Seo wordpress plugin by www.seowizard.org.