Odisha News

ଉତ୍ତରାଖଣ୍ଡ: ଖାତକୁ ବସ ଖସି ୧୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୫/୬: ଉତ୍ତରାଖଣ୍ଡରେ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି। ଯମୁନା ଘାଟିରେ ଗଭୀର ଖାତକୁ ବସ ଖସିପଡିବାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି।
ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ବସଟି ପ୍ରାୟ ୨୦୦ ଫୁଟ୍ ଗଭୀର ଖାତକୁ ଖସିପଡିଛି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଏସଡିଆରଏଫର ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଏସପି ଅପର୍ଣ୍ଣ ଯଦୁବଂଶୀଙ୍କ ସୂଚନା ଅନୁସାରେ, ଡାମଟାରୁ ପ୍ରାୟ ୨ କିଲୋମିଟର ଦୂର ନୌଗାଁଓ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସରେ ଥିବା ଯାତ୍ରୀମାନେ ମଧ୍ୟ ପ୍ରଦେଶର ପନ୍ନା ଅଞ୍ଚଳର ହୋଇଥିବା ଜଣାପଡିଛି । ସବୁ ଯାତ୍ରୀ ୟମୁନୋତ୍ରୀ ଦର୍ଶନ କରି ଫେରୁଥିଲେ।
ସୂଚନା ଅନୁସାରେ ବସରେ ପ୍ରାୟ ୨୮ରୁ ୨୯ ଜଣ ଯାତ୍ରୀ ଥିଲେ। ୪ରୁ ୫ ଗୁରୁତର ରୂପେ ଆହତ ହୋଇଛନ୍ତି।
ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ଶଚିବ ସୁଖବୀର ସିଂ ସନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.