Odisha News

ଇଏମ୍‌ଆ ଛାଡ଼ ପାଇଁ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାଶ ଙ୍କୁ ଦାବି ପତ୍ର ପ୍ରଦାନ

କିଶୋର ମହାପାତ୍ରଙ୍କ ରିପୋର୍ଟ

ନୟାଗଡ,୩୦/୭: ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଶଶିକାନ୍ତ ଦାଶ ଙ୍କୁ ନୟାଗଡ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବର୍ତମାନ ସର୍ଟ ଡାଉନ୍ , ଲକ୍ ଡାଉନ୍ ଯୋଗୁ ଜନସାଧାରଣ ଙ୍କର ଆର୍ଥିକ ପରିସ୍ଥିତି ସମ୍ପୂର୍ଣ ଭାଙ୍ଗି ଯାଇଛି ଏହି ସମୟ ରେ ବ୍ୟାଙ୍କ ଓ ଅନ୍ୟ ଅର୍ଥ ଲଗାଣ କାରି ସଂସ୍ଥା ଇଏମ୍‌ଆ ଛାଡ଼ ବଦଳରେ ଚକ୍ର ବୃଦ୍ଧି ହାର ରେ ସୁଧ ଆଦାୟ କରୁଛନ୍ତି ଏଥିପାଇଁ ଗରିବ ଗୁରୁବା ଛୋଟ ବ୍ୟବସାୟୀ, ଚାଷୀ ଓ ମଧ୍ୟବିତ୍ତ ପରିବାର ବେଶି କ୍ଷତି ଗ୍ରସ୍ତ ହେଉଛନ୍ତି ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ଏ ମନମୁଖୀ ଜନବିରୋଧୀ ନୀତି ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ, ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ନୟାଗଡ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ର ଜିଲ୍ଲା ସଭାପତି ଜ୍ୟୋତ୍ସ୍ନା ମୟୀ ପଟ୍ଟନାୟକ, ସମ୍ପାଦକ ଯୁଗଳ କିଶୋର ପଟ୍ଟନାୟକ, ରାଜ୍ୟ ସଂଯୋଜକ ରୋଟାରୀଆନ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ନୟାଗଡ ଜିଲ୍ଲା ପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Related Posts

Seo wordpress plugin by www.seowizard.org.