Odisha News

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ୱର, ୨/୯ : ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡିଡିଏମ୍ ଧରଣୀଧର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।
ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଉଛି ।
ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକ ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।
ଏହା ପରେ ଆଜି ଅନୁଗୁଳ, ଭୁବନେଶ୍ୱର ଓ କେନ୍ଦୁଝରରେ ଚଢ଼ାଉ ହେଉଛି । ଭୁବନେଶ୍ୱର ପଟିଆସ୍ଥିତ ଶିଶୁ ବିହାରର ସୁରେଖା ଅର୍ଚିଡରେ ଥିବା ଫ୍ଲାଟ୍,କେନ୍ଦୁଝର ତେଲକୋଇରେ ବଡ଼ିନାଲି ସିଙ୍କୁଳବାହାଲରେ ଥିବା ଦୁଇ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ, ଯେଉଁଥିରେ ମୋଟ ୧୫ଟି ଦୋକାନ ରହିଛି ।
ସେହିପରି ସିଙ୍କୁଳବାହାଲ ଜଗମୋହନପୁରରେ ନିର୍ମାଣଧିନ ଅବସ୍ଥାରେ ଥିବା ଆଉ ଏକ ମାର୍କେଟ୍ କମ୍ପ୍ଲେକ୍ସରେ ମଧ୍ୟ ଚଢ଼ାଉ ହୋଇଛି । ସିଙ୍କୁଳବାହାଲରେ ଥିବା ଏକ କୋଠା, ଛାମୁଣ୍ଡାରେ ଥିବା ପୈତୃକ ଘର, ଅନୁଗୁଳରେ ଥିବା ଏକ ଅସ୍ଥାୟୀ ଘର ଓ କାର‌୍ୟ୍ୟାଳୟରେ ଯାଞ୍ଚ କରାଯାଉଛି । ଅନ୍ୟପକ୍ଷରେ କେନ୍ଦୁଝରରେ ଥିବା ସମ୍ପର୍କିୟଙ୍କ ଘରେ ଚଢ଼ାଉ ଜାରି ରହିଛି ।
ଚଢ଼ାଉ ସମୟରେ ଅନେକ ମୂଲ୍ୟବାନ ଜିନିଷ ଦେଖିବାକୁ ମିଳିଛି । ଦାମୀ ଖଟ, ଟିଭି, ଏକାଧିକ ବ୍ୟାଙ୍କ ପାସବୁକ, ଏଟିଏମ୍ ଓ କ୍ରେଡିଟ୍ କାର୍ଡ, ସୁନା ଗହଣା ଆଦି ଠାବ କରାଯାଉଛି । ତାଙ୍କର ମାତ୍ର ୧୦ ବର୍ଷ କାର‌୍ୟ୍ୟକାଳ ମଧ୍ୟରେ ଏତେ ସମ୍ପତ୍ତିର ଅଧିକାରୀ କେମିତି ହେଲେ ତାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।
ଅନୁଗୁଳ ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଉଛି । ଏହି ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପି, ୧୬ ଇନସ୍ପେକ୍ଟର, ୭ ଏସଆଇ ଓ ଅନ୍ୟ ସହ କର୍ମଚାରୀ ମଧ୍ୟ ସାମିଲ ରହିଛି ।

Related Posts

Seo wordpress plugin by www.seowizard.org.