Odisha News

ଆହୁରି ୫ ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ,୨୯/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୪ ଜାନୁଆରି ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହା ଦ୍ବାରା ୮୧ କୋଟି ୩୫ ଲକ୍ଷ ହିତାଧିକାରୀ ଉପକୃତ ହେବେ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୪ ତାରିଖରେ ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଥିଲେ ।
ଏହି ଯୋଜନାର ହିତାଧିକାରୀଙ୍କୁ ବ୍ୟକ୍ତି ପିଛା ୫ କେଜି ମାଗଣା ଖାଦ୍ୟଶସ୍ୟ ମିଳିବ । ଆଗାମୀ ୫ ବର୍ଷ ରେ ସରକାର ଏହି ଯୋଜନାରେ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଏହାବ୍ୟତୀତ ଡ୍ରୋନ୍ ସଖୀ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ଯୋଜନାରେ ମହିଳାମାନଙ୍କୁ ଡ୍ରୋନ ଉଡାଇବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଡ୍ରୋନ୍ ଜରିଆରେ କ୍ଷେତରେ କୀଟନାଶକ ସିଞ୍ଚନ କରାଯିବ।
ଡ୍ରୋନ୍ ଉଡ଼ାଉଥିବା ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯିବ। ଏହି ଯୋଜନା ୨୦୨୬ ପର‌୍ୟ୍ୟନ୍ତ ଚାଲିବ ଏବଂ ମୋଟ ଖର୍ଚ୍ଚ ୧୨୬୧ କୋଟି ଟଙ୍କା ହେବ ।
ଏହାବ୍ୟତୀତ କ୍ୟାବିନେଟ୍ ବୈଠକରେ ଷୋଡ଼ଶ ଅର୍ଥ ଆୟୋଗର ଟର୍ମ ଅଫ୍ ରେଫରେନ୍ସକୁ କ୍ୟାବିନେଟ୍ ଅନୁମୋଦନ କରିଛି। ବର୍ତ୍ତମାନର କମିଶନଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରହିଛି। ସେହିପରି କ୍ୟାବିନେଟ ବୈଠକରେ ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅଧୀନରେ ଫର୍ଟ ଟ୍ରାକ୍ ସ୍ପେଶାଲ କୋର୍ଟକୁ ୨୦୨୬ ପର୍ଯ୍ୟନ୍ତ ବଜାୟ ରଖିବାକୁ କ୍ୟାବିନେଟ ବୈଠକରେ ସହମତି ପ୍ରକାଶ ପାଇଛି।

Related Posts

Seo wordpress plugin by www.seowizard.org.