Odisha News

ଆସ୍ୱସ୍ଥି: ଖାଇବା ତେଲର ମୂଲ୍ୟ ୧୦ରୁ ୧୨ ଟଙ୍କା ହ୍ରାସ

ଭୁବନେଶ୍ୱର,୩/୪ : ଖାଇବା ତେଲର ମୂଲ୍ୟ ହ୍ରାସ ପାଇଛି । ଯାହା ସାଧାରଣ ଲୋକଙ୍କ ପାଇଁ କିଛି ମାତ୍ରାରେ ଆସ୍ୱସ୍ଥି ଆଣି ଦେଇଛି । ହେଲେ ଏହି ଖାଇବା ତେଲେ ମୂଲ୍ୟ ହ୍ରାସ ଦ୍ୱାରା ମାଲଗୋଦାମ ବ୍ୟବସାୟୀମାନେ ଲକ୍ଷା ଧିକ ଟଙ୍କା କ୍ଷତି ସହୁଛନ୍ତି ।
ଖାଇବା ତେଲ ବଜାରରେ ନିଅଣ୍ଟ ହେବା ଏବଂ ଏମ୍ଆରପିଠାରୁ ଅଧିକ ମୂଲ୍ୟରେ ବିକ୍ରି ପ୍ରସଂଗରେ ସାମନାକୁ ଆସିଛି ମାଲଗୋଦାମ ବଣିକ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ ଏବେ ମାଲଗୋଦାମରେ ତେଲ ମୂଲ୍ୟରେ ହ୍ରାସ ଘଟିଛି। ପାମୋଲିନ୍ ତେଲର ଲିଟର ପିଛା ମୂଲ୍ୟ ହାରାହାରି ୨୦ ଟଙ୍କା, ସନଫ୍ଲାଓାର ତେଲ ୧୦ରୁ ୧୨ ଟଙ୍କା, ସୋରିଶ ତେଲର ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇଛି। ଆସନ୍ତା ସୋମବାରଠାରୁ ଏହାର ମୂଲ୍ୟ ଆହୁରି ହ୍ରାସ ପାଇବ। କିନ୍ତୁ ତେଲର ମୂଲ୍ୟ ହ୍ରାସ ଦ୍ବାରା ମାଲଗୋଦାମ ବ୍ୟବସୀୟମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର, ବଦ୍ରି ଦାସ, ଦୀପକ କୁମାର, ପବନ ସାଙ୍ଗନାରିଆ, ପ୍ରଦୀପ୍ତ ଦାସ, ଟୁଟୁ ପାତ୍ର ପ୍ରମୁଖ ଦାବି ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.