Odisha News

ଆସନ୍ତା ୨୧ ତାରିଖରୁ ରାଜ୍ୟରେ ହେବ ବର୍ଷା, ଆଜିଠୁ କମିବ ଶୀତ

ଭୁବନେଶ୍ୱର,୧୩/୨: ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହେବ । ୨୨ରୁ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରୀ ବର୍ଷାର ଆଶଙ୍କା ରହିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛି । ୧୩ ତାରିଖରୁ ରାଜ୍ୟରୁ କ୍ରମଶଃ ଶୀତ ଗାଏବ ହୋଇଯିବ ବୋଲି ସେ କହିଛନ୍ତି ।
ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ଟ୍ରଫ୍ ପ୍ରଭାବରେ ଆସନ୍ତା ୨୧ ତାରିଖରୁ ରାଜ୍ୟରେ ପାଗ ପୂରା ବଦଳିବ । ସାରା ରାଜ୍ୟରେ ମେଘୁଆ ପାଗ ରହିବ ।
ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ ତାରିଖରୁ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ । ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହେବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।
ସେହିଭଳି ରାଜ୍ୟରେ ୧୩ ତାରିଖରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଶୀତ ହଜିଯିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବ । ୧୪ ପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଓ ରାତିବେଳାର ତାପମାତ୍ରା ବଢ଼ିବ ।
୧୬, ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସୀମାରେ ତାପମାତ୍ରା ସାମାନ୍ୟ କମିପାରେ । ୧୮ରୁ ଏହା ତାପମାତ୍ରା ପୁଣି ବଢ଼ିବ । ୧୯ରୁ ଦିନ ଓ ରାତିରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢ଼ିପାରେ ।
ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ୬ ଡିଗ୍ରୀ ତାପମାତ୍ରା ବଢ଼ିବ ଓ ଶୀତ ଗାଏବ ହୋଇଯିବ । ଟିଟିଲାଗଡ଼ ଓ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀରେ ପହଞ୍ଚିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ଶନିବାର ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୬, ସୋନପୁରରେ ୧୦.୨, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ଥିଲା । ଟିଟିଲାଗଡ଼ରେ ଦିନବେଳା ସର୍ବାଧିକ ୩୧.୨ ଡିଗ୍ରୀ ତାପମାତ୍ରା ଥିଲା ।

Related Posts

Seo wordpress plugin by www.seowizard.org.