Odisha News

ଆସନ୍ତା ୧୧ରୁ ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୧: ରାଜ୍ୟରେ ଲୁଚି ରହିଥିବା ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକ ଲୋଚନକୁ ଆଣିବା ଏବଂ ଜିଲ୍ଲାରେ ବ୍ୟାଡ ମିଣ୍ଟନ କ୍ରୀଡାର ପ୍ରସାର କରିବା ପାଇଁ ଜିଲ୍ଲାସ୍ତରରୁ ବ୍ୟାଡମିଣ୍ଟନ ପ୍ରତିଯୋଗୀତା କରାଯାଇ ଖେଳାଳୀ ଚୟନ କରିବା ଲକ୍ଷ୍ୟରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ବୌଦ୍ଧଜିଲ୍ଲା ବ୍ୟାଡ ମିଣ୍ଟନ ସଂଘର ମିଳିତ ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଇନଡୋର ଷ୍ଟାଡିୟମ ଠାରେ ୧୯ ବର୍ଷରୁ କମ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଆୟୋଜନ କରାଯିବ ବୋଲି ବୌଦ୍ଧ ବ୍ୟାଡମିଣ୍ଟନ ସଂଘର ପକ୍ଷରୁ ବୁଧବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦିଆଯାଇଛି ।
ବୌଦ୍ଧ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ପ୍ରତିବର୍ଷ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତା ଆୟୋଜନ କରିଆସୁଥିବା ବେଳେ ଚଳିତ ବର୍ଷ ୧୯ ବର୍ଷରୁ କମ ବୟସ ଖେଳାଳିଙ୍କୁ ନେଇ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରିବାକୁ ଯାଉଛି । ଏନେଇ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଥିଲା । ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଭାପତି ଜୁଲିୟସ ସିଜର ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ନିଲିନ କୁମାର, ରାଜ୍ୟ ସଂଘର କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି, ବୌଦ୍ଧ ସଂଘର ସମ୍ପାଦକ ହୃଦାନନ୍ଦ ମିଶ୍ର ଓ ସଂଘର ଆର୍ଗନାଇଜ ସମ୍ପାଦକ ସୁନ୍ଦର ପ୍ରକାଶ ମଞ୍ଚାସୀନ ଥିଲେ । ଅର୍ଗାନାଇଜ ସମ୍ପାଦକ ସୁନ୍ଦର ପ୍ରକାଶ ଚଳିତ ବର୍ଷ ଏହି ଟୁର୍ଣ୍ଣମେଣ୍ଟଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖେଳାଳୀ ଭାଗ ନେବେବୋଲି ସୁଚନା ଦେଇଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାକୁ ଜିଲ୍ଲାପ୍ରଶାସନ, ବେସରକାରୀ ଅନୁଷ୍ଠାନ ଓ ଜନସାଧାରଣଙ୍କ ସହଯୋଗ କରିବାକୁ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ବୌଦ୍ଧ ବ୍ୟାଡ ମିଣ୍ଟନ ସଂଘର ବଦ୍ରିନାରାୟଣ ମିଶ୍ର, ଉପଦେଷ୍ଟା ଲମ୍ବୋଦର ପୁରୋହିତ, ବିଘ୍ନେଶ ଅଗ୍ରୱାଲା, ପରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବୌଦ୍ଧ,୩/୧୧: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ବୌଦ୍ଧଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାର ୧୬ ଗୋଟି ମହାବିଦ୍ୟାଳୟର ୨୬ ଜଣ ଯୁବ ରେଡକ୍ରସ ପରାମର୍ଶଦାତା ଏବଂ ଅଧ୍ୟକ୍ଷମାନେ ଅଂଶଗ୍ରହଣ କରି ଜିଲ୍ଲାସ୍ତରର ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ନିର୍ଦ୍ଧାରଣ କରିଥିଲେ । ଏହି ବୈଠକରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖାର ଅଧ୍ୟକ୍ଷ ସତ୍ୟରଂଜନ ସାହୁ ଯୋଗଦେଇ ପ୍ରଥମେ ନିଜକୁ ଭଲପାଇବା ତାପରେ ଯାଇ ଅନ୍ୟକୁ ଭଲପାଇବା ସହ ତାର ସେବା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ ।
ରେଡକ୍ରସ ମୁଖ୍ୟତଃ କେବଳ ନିଜର ଦାୟିତ୍ୱ ନୁହେଁ ବରଂ ନିଜର କର୍ତ୍ତବ୍ୟ ବୋଲି କହିଥିଲେ । ବୌଦ୍ଧଜିଲ୍ଲାର ସମସ୍ତ ୨୬ ମହାବିଦ୍ୟାଳୟ ମଧ୍ୟରୁ ବତର୍ମାନ ମଧ୍ୟରେ ୧୬ ଗୋଟି ମହାବିଦ୍ୟାଳୟ ରେଡକ୍ରସ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ବଳକା ୧୦ ଗୋଟି ମହାବିଦ୍ୟାଳୟରେ ଆଗାମୀ ଏକମାସ ସମୟ ସୀମା ମଧ୍ୟରେ ୫୦ ଜଣ ସଭ୍ୟ ସଭ୍ୟାଙ୍କୁ ନେଇ ଯୁବ ରେଡକ୍ରସର ଶାଖା ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଡିସେମ୍ବର ମାସରେ ଏକ ଯୁବ ରେଡକ୍ରସ ଉତ୍ସବ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଯୁବ ରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକକୁ ପରିଚାଳନା କରିଥିଲେ । ଜିଲ୍ଲା ରେଡକ୍ରସର ଜିଲ୍ଲା ସଂଯୋଜକ ସୁରେଶ୍ୱର ଯୋଶୀ ଗତବର୍ଷର କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ ।
ଯୁବ ରେଡକ୍ରସ ତଥା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସଭାରେ ସଭାପତିତ୍ୱ କରି ସମସ୍ତ ପରାମର୍ଶଦାତା,ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେବା ଭାବ ଜାଗ୍ରତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରେଡକ୍ରସର ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଶାର ଏକମାତ୍ର ସ୍ୱେଛାସେବୀ ଭାବରେ ଅଧ୍ୟାପକ ପ୍ରବୀର ଦାସଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ଉପଢୌକନ ନେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଯୁବ ରେଡକ୍ରସ କାର୍ଯ୍ୟକ୍ରମର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାଶ ଓ ତମାଖୁ ନିରୋଧ ଅଧିକାରୀ ଆଲୋକ ମିଶ୍ର ଯୋଗଦେଇ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ଶେଷରେ ଅଧ୍ୟାପକ ଅଜିତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ପୁରୁଣାକଟକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବୌଦ୍ଧ,୩/୧୧:ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୌଦ୍ଧରେ ଦୁଇଟି ପର‌୍ୟ୍ୟାୟରେ ଦୁର୍ନୀତି ନିବାରଣ ସପ୍ତାହ ବୁଧବାର ଦିନ ପାଳିତ ପାଳିତ ହୋଇଯାଇଛି ।
ପ୍ରଥମ ପର‌୍ୟ୍ୟାୟରେ ପୁରୁଣାକଟକ ପଞ୍ଚାୟତ କାର‌୍ୟ୍ୟଳୟ ପ୍ରାଙ୍ଗଣରେ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ସଭାପତିତ୍ତ୍ୱରେ ମୁଖ୍ୟଅତିଥି ରୂପେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ନିବାରଣ ନିରୀକ୍ଷକ ଜଗବନ୍ଧୁ ଜରିଆ , ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଡ଼ ଯୋଗ ଦେଇ କାର‌୍ୟ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ।
ସେହିପରି ଦ୍ୱିତୀୟ ପର‌୍ୟ୍ୟାୟରେ ଭୈରବୀ ଡିଗ୍ରୀ କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଥିଲା ।
ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଦୁର୍ନୀତି ନିବାରଣ ନିରୀକ୍ଷକ ନିରୀକ୍ଷକ ଜଗବନ୍ଧୁ ଜରିଆ, ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଡ଼ ଯୋଗ ଦେଇ କାର‌୍ୟ୍ୟକ୍ରମ ମହତ୍ୱ,ଲକ୍ଷ୍ୟ,ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କାର‌୍ୟ୍ୟକ୍ରମରେ ଜାତୀୟ ସେବା ଯୋଜନା କାର‌୍ୟ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ମଧୁସୂଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.