Odisha News

ଆର୍ଥିକ ସ୍ଥିରତା ସହିତ ଦୀର୍ଘସୂତ୍ରୀ ବିକାଶ ଉପରେ ସୀତାରମଣଙ୍କ ଗୁରୁତ୍ୱ

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ୧ ।୨: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ବଜେଟ୍ ୨୦୨୩-୨୪ ଯେଉଁଭଳି ଲୋଭନୀୟ ହେବ ବୋଲି ଆଶା କାରାଯାଉଥିଲା, ସେଭଳି କିଛି ହୋଇନାହିଁ । ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସ୍ଥିରତା ରକ୍ଷା କରିବା ସହିତ ଦୀର୍ଘସୂତ୍ରୀ ଯୋଜନା ମାଧ୍ୟମରେ ଦେଶର ଅଭିବୃଦ୍ଧି କିପରି ହୋଇପାରିବ ସେ ନେଇ ଗୁରୁତ୍ୱ ଆରୋପ କରିଛନ୍ତି ।
ନୂତନ ନିଯୁକ୍ତି ନେଇ କିଛି ଘୋଷଣା ନଥିବା ବେଳେ ୧୦ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପୁଜିଂ ବ୍ୟୟ ଘୋଷଣା କରିଛନ୍ତି । ଏହାଦ୍ୱାରା ବ୍ୟାପକ ଭାବରେ ରାସ୍ତାଘାଟ, ସେତୁ ଏବଂ ଅନ୍ୟାନ ଭିତିଭୂମି ନିର୍ମାଣ କାର‌୍ୟ୍ୟ ତ୍ୱରାନ୍ୱିତ ହେବ । ଏହା ବ୍ୟାପକ ଭାବରେ କର୍ମନିଯୁକ୍ତି ସୃଷ୍ଟି କରିବା ସହିତ ସାଧାରଣ ଜନତାଙ୍କ ହାତକୁ ପଇସା ଯିବ ।
ବଜେଟ୍ରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା ବା ମନରେଗାରେ ଅର୍ଥ କାଟ୍ କରାଯାଇଛି । ଗତ ବଜେଟ୍ରେ ୮୯ ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ ଏଥର ତାହା ୬୦ ହଜାର କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଏହି ଗରିବମାନଙ୍କୁ ବେଶ୍ ନକାରାତ୍ମକ ଭାବେ ପ୍ରଭାବିତ କରିବ ।
ବଜେଟ୍ରେ ଆୟକର ବ୍ୟକ୍ତିଗତ ଆୟକରଦାତାଙ୍କ ଲାଗି ଆୟକର ଛାଡ ସୀମା ୫ ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିବା କରିବା ମଧ୍ୟମ ଆୟକାରୀମାନଙ୍କ ପାଇଁ ନିଶ୍ଚିତ ଏକ ଭଲ ଖବର । ଏହାଦ୍ୱାରା ଏହି ବର୍ଗର ଲୋକମାନଙ୍କ ହାତରେ ଯେଉଁ ବଳକା ଅର୍ଥ ରହିବ, ସେମାନେ ତାହାକୁ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ ସାମଗ୍ରୀ କିଣିବେ । ଏହା ଦ୍ୱାରା ଶିଳ୍ପ ଚଳଚଂଚଳ ହେବା ସହିତ ଆର୍ଥିକ ବଜାର ଗତିଶୀଳ ହେବ ।

Related Posts

Seo wordpress plugin by www.seowizard.org.