Odisha News

ବାରୁଣିଘାଟ ଶ୍ମଶାନରେ ସରିଲା ବିଡିଓଙ୍କ ଶେଷକୃତ୍ୟ,ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରୁନାହାଁନ୍ତି ପରିବାର

ବାରିପଦା, ୧୨/୧: ଶୋକାକୂଳ ପରିବେଶରେ ସରିଛି ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ । ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଗାଁ ମଶାଣିରେ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ସଂସ୍କାର ହୋଇଛି । ତେବେ ବିଡିଓଙ୍କ ଶେଷକୃତ୍ୟ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ବିଡିଓଙ୍କ ପତ୍ନୀ ନିବେଦିତା ରାଉତ ।
କହିଛନ୍ତି, ତାଙ୍କ ସ୍ୱାମୀ ବିଡିଓ ଥିଲେ, କିନ୍ତୁ ତାଙ୍କ ଅନ୍ତିମ ସଂସ୍କାରରେ କୌଣସି ପ୍ରଶାସନିକ ଅଧିକାରୀ ସାମିଲ ହେଲେ ନାହିଁ । ଆଉ ଏହି ବୟାନ ପରେ ବିଡ଼ିଓଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।କାରଣ ପୂର୍ବରୁ ବିଡିଓଙ୍କ ବାପା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପୁଅକୁ ଛୁଟି ମିଳୁନଥିବା କହିଥିଲେ ବାପା । ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରୁ ସେ ଘରକୁ ଯାଇନଥିଲେ ।
ତେଣୁ ମାନସିକ ଚାପରେ ରହୁଥିବା ଅଭିଯୋଗ ଅଣିଥିଲେ ବିଶ୍ୱରଂଜନଙ୍କ ବାପା । ଉଲ୍ଲେଖ ଥାଉ କି ବାଲେଶ୍ବର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ବରଂଜନ ମହାନ୍ତି (୫୧)ଙ୍କ ଝୁଲନ୍ତା ମୃତଦେହ ଗତକାଲି ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା । ବିଶ୍ବରଂଜନ ମହାନ୍ତିଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଏଯାଏ ଜଣାପଡ଼ିନାହିଁ।
ହେଲେ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ବାପା ନରେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ; ପୁଅ ଉପରେ ନାନା ପ୍ରକାର କାମର ଚାପ ଥିଲା।
ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କଠାରୁ ତାଙ୍କୁ ଛୁଟି ମିଳୁ ନଥିଲା। ଫଳରେ ସେ ମାସ ମାସ ଧରି ଘରକୁ ଆସିପାରୁ ନଥିଲେ। ଶେଷଥର ପାଇଁ ଗତବର୍ଷ ଅକ୍ଟୋବର ମାସ ୨୨ ତାରିଖ ଦିନ ବିଶ୍ବରଂଜନ ଘରକୁ ଆସିବାର ସୁଯୋଗ ପାଇଥିଲେ। ତେବେ ବାପା ନରେନ୍ଦ୍ରଙ୍କ ଏପରି ବୟାନ ପରେ ଘଟଣା ଭିନ୍ନ ମୋଡ ନେଇଥିଲା।

Related Posts

Seo wordpress plugin by www.seowizard.org.