Odisha News

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ

ଭୁବନେଶ୍ୱର,୧୪/୪: ଆଜି ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି। ଆଜି ମଧ୍ୟ ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି। ଓଡ଼ିଆ ଘରେ ପଣା ଭୋଗ ପରମ୍ପରା ରହିଛି।
ଆଜି ମେରୁଯାତ୍ରା। ଗଞ୍ଜାମର କିଛି ସ୍ଥାନରେ ଗତକାଲି ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଆଜି ମେରୁ ଯାତ୍ରା ହେବ। କଟକ ଜିଲ୍ଲା ଆଠଗଡ଼ ବେଂଟପଦାର ମାଆ କାଳୀକାମନା ପୀଠରେ ମେରୁଯାତ୍ରାରେ ଧୂଳିଦଣ୍ଡ ସହ ଝାମୁଯାତ୍ରା ଅନୁଷ୍ଠିତ ହେବ। ରାଜ ରାଜୁଡା ଅମଳରୁ ଏହି ଯାତ୍ରା ହୋଇଆସୁଛି। ୧୩ ଦିନ ଧରି ଦଣ୍ଡୁଆମାନେ ମାଆଙ୍କ ମନ୍ଦିର ଆଗରେ ଧୂଳି ଦଣ୍ଡ କରିବା ସହ ଝାମୁଆମାନେ ନିଆଁ ଉପରେ ଚାଲିଥିଲେ।
ଗଞ୍ଜାମ ପୋଲସରାରେ ମାଆ ସିଂହବାହିନୀଙ୍କ ଚୈତ୍ର ଯାତ୍ରା ସମାପନ ହୋଇଛି। ମାଆ ଜଗଜ୍ଜନନୀଙ୍କ ଚଇତି ପର୍ବରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ପୂଜାର୍ଚ୍ଚନା କରିଛନ୍ତି।
ସେହିପରି ଆଜି ହନୁମାନ ଜୟନ୍ତୀ। ସଙ୍କଟମୋଚନ ହନୁମାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଲାଗିଲାଣି ଭିଡ଼। ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଛି। ବିଶେଷ କରି ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଶୋଭାଯାତ୍ରା ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ଏଡାଇବାକୁ ସହରରେ ୩୦ ପ୍ଲାଟୁନ ଫୋର୍ସ, ୧୫୦ ଜଣ ସବ ଇନ୍ସପେର ଓ ଏଏସଆଇ, ୩୨ ଜଣ ଇନ୍ସପେକ୍ଟର, ୧୧ଜଣ ଡିଏସପି ଓ ୨ ଜଣ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି।

ଗତକାଲି ଫୋର୍ସ ଧନକଉଡାରୁ ଭୂତାପଡା, ଜିଲ୍ଲା ସ୍କୁଲ ଛକ ଓ ଲକ୍ଷ୍ମୀ ଟକିଜ୍ ଦେଇ ପୀରବାବା ଛକ ଯାଏଁ ଫ୍ଲାଗମାର୍ଚ କରିଛି।

Related Posts

Seo wordpress plugin by www.seowizard.org.