Odisha News

ଆଜି ହେଉଛି ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ

ନୂଆଦିଲ୍ଲୀ,୨୩/୧: ଆଜି ହେଉଛି ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ। ଏହି ଅସବସରରେ ଭାରତୀୟ ମାନେ ସୁଭାଷ ବୋଷଙ୍କୁ ମନେ ପକାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଟୁଇଟ୍ କରି ରାଷ୍ଟ୍ରପତି କହିଛନ୍ତି, ସ୍ବାଧୀତନା ଆନ୍ଦୋଳନରେ ନେତାଜୀଙ୍କ ବଡ଼ ଭୂମିକା ଥିଲା। ନେତାଜୀଙ୍କୁ ଦେଶବାସୀ କେବେ ଭୁଲିପାରିବେ ନାହିଁ। ତାଙ୍କର ଆଦର୍ଶ ଓ ଉତ୍ସର୍ଗକୁ ଭାରତୀୟ ମାନେ କେବେ ବି ଭୁଲିପାରିବେ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍ କରି ସୁଭାଷ ବୋଷଙ୍କୁ ମନେ ପକାଇଛନ୍ତି। ମୋଦୀ ଲେଖିଛନ୍ତି ଯେ, ପରାକ୍ରମ ଦିବସ ଅବସରରେ ଦେଶବାସୀଙ୍କୁ ମୋର ଶୁଭକାମନା ଜଣାଉଛି। ନେତାଜୀ ସୁଭାଷ ବୋଷଙ୍କ ୧୨୫ତ ଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ନେତାଜୀଙ୍କ ଜୟନ୍ତୀ ଅବସରରେ ଇଣ୍ଡିଆ ଗେଟ୍ ଠାରେ ହୋଲୋଗ୍ରମା ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଏନେଇ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର ଘୋଷଣା କରି କହିଥିଲେ ଯେ, ଇଣ୍ଡିଆ ଗେଟ୍ରେ ସ୍ବାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ। ଦେଶ ସ୍ବାଧୀତ ହେବାରେ ନେତାଜୀଙ୍କ ମଧ୍ୟ ବଡ଼ ଭୂମିକା ରହିଥିଲା।

Related Posts

Seo wordpress plugin by www.seowizard.org.