Odisha News

ଆଜି ହେଉଛି ଆଲୋକର ପର୍ବ ଦୀପାବଳି, ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକିବାର ପରମ୍ପରା ପୟାଶ୍ରାଦ୍ଧ

ଭୁବନେଶ୍ବର,୧୨/୧୧: ଆଜି ହେଉଛି କାର୍ତ୍ତିକ ମାସ ଅମାବାସ୍ୟା ତିଥି। ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆଶୀର୍ବାଦ ନେବାର ପରମ୍ପରା ରହିଛି। ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ। ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକିବାର ପରମ୍ପରା ପୟାଶ୍ରାଦ୍ଧ।
ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ବାଇଶିପାହାଚରେ ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି।
ଆଉ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି । ଆଉ ଏହି ପରମ୍ପରାକୁ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ବେଶ ଭିଡ଼ ଜମିଛି ଶ୍ରଦ୍ଧାଳୁଙ୍କର।
ଏ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ହିନ୍ଦୁ ପରମ୍ପରାରେ ରହିଛି ଅନେକ ବିଶେଷ ବିଧି। ସେଥିମଧ୍ୟରୁ ଆଜିର ତିଥି ବେଶ ଗୁରୁତ୍ୱପୂର୍ଣ୍ଣ।
ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ପିତୃପୁରୁଷଙ୍କ ପବିତ୍ର ତିଥି ପୟା ଶ୍ରାଦ୍ଧ ଭାବେ ପାଳନ କରାଯାଇଥାଏ। ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ କାର୍ତ୍ତିକ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ତିଥି ରୂପେ ଜଣାଯାଏ। ମହାଳୟା ତିଥିରେ ପିତୃଗଣଙ୍କୁ ଆବାହନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ବିଦାୟ ଦିଆଯାଇଥାଏ।
ସେଥିପାଇଁ କାର୍ତ୍ତିକ ମାସର ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କରି ପୟା ଶ୍ରାଦ୍ଧ କରିଛନ୍ତି। ଆଲୋକର ପର୍ବ ଦୀପାବଳୀ ସହିତ ପୟା ଶ୍ରାଦ୍ଧର ପରମ୍ପରା। ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।
ସେପଟେ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରକୁ। ଆଉ ବିଶ୍ୱାସ ଆଧାରରେ କରିଛନ୍ତି ପୟା ଶ୍ରାଦ୍ଧ। ବଡ଼ଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ହାତରେ କାଉଁରିଆ କାଠି ଧରି ବଡ଼ ବଡ଼ୁଆ ଡାକୁଥିବା ବେଳେ ପିତୃଲୋକଙ୍କୁ ଦୀପ ଦେଖାଇ ପୟା ଶ୍ରାଦ୍ଧ କରିଛନ୍ତି ।

Related Posts

Seo wordpress plugin by www.seowizard.org.